ନୂଆଦିଲ୍ଲୀ: ଓମ୍ ବିର୍ଲା, ଏହା କେବଳ ଜଣେ ସାଂସଦଙ୍କ ନାଁ ହୋଇ ରହିନାହିଁ । ଓମ୍ ବିର୍ଲା ହେଲେ ଲୋକସଭାର ବାଚସ୍ପତି । ସବୁ ଚର୍ଚ୍ଚାରେ ବିରାମ ଟାଣି ମୋଦି ପ୍ରସ୍ତାବ ଦେଲେ ରାଜସ୍ଥାନ କୋଟାର ସାଂସଦ ଓମ୍ ବିର୍ଲାଙ୍କ ନାଁ । ସର୍ବସମ୍ମତି କ୍ରମେ ଲୋକସଭା ସ୍ପିକର ଭାବେ ନିର୍ବାଚିତ ହେଲେ ଓମ୍ ।
ତେବେ ଓମ୍ ବିର୍ଲା କିଏ ? କେତେକଙ୍କ ପାଇଁ ଏହି ନାଁ ଜଣାଶୁଣା ଲାଗୁ ନଥିଲେ ସୁଦ୍ଧା ଓମ୍ଙ୍କ ଖ୍ୟାତି ସୁଦୂର ବ୍ୟାପିଛି । ଓମ ବିର୍ଲା ରାଜସ୍ଥାନ କୋଟାରେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ରାଜସ୍ଥାନ ସରକାରରେ ଓମ୍ ସଂସଦୀୟ ସଚିବ ଥିଲେ । 2014ରେ ବହୁ ସଂସଦୀୟ ସମିତିରେ କାର୍ଯ୍ୟ କରିଥିଲେ ଓମ୍ । ଲୋକସମ୍ପର୍କ ପାଖରୁ ଆରମ୍ଭ କରି ବଡ଼ ବଡ଼ ନେତାଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିପାରିଛନ୍ତି ଓମ୍ ବିର୍ଲା । ଯଦିଓ ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ଓମ୍ଙ୍କର ପଡ଼ୁନଥିଲା କିନ୍ତୁ ମୋଦି-ଶାହଙ୍କ ପ୍ରିୟଭାଜନ ହୋଇପାରିଥିଲେ ଓମ୍ ।
ଲୋକସଭା ସ୍ପିକର ଭାବେ ନିର୍ବାଚିତ ହେବା ପରେ ଓମ୍ଙ୍କୁ ନିର୍ଧୁମ ପ୍ରଶଂସା କରିଛନ୍ତି ମୋଦି । ମୋଦି କହିଛନ୍ତି, ‘ରାଜସ୍ଥାନର କ୍ୟାରିୟର ହବ୍ ବନିଛି କୋଟା । ପ୍ରତ୍ୟେକ ପିଲାଙ୍କ ଇଚ୍ଛା ଏବେ କୋଟାରେ ପଢିବେ । କୋଟାକୁ ମିନି ଭାରତ କହିପାରିବା । ଏହିସବୁ ପାଇଁ ବିର୍ଲାଙ୍କ ଅବଦାନ ଅନେକ । ଗରିବଙ୍କୁ ଖାଦ୍ୟ ଦେବା କାର୍ଯ୍ୟ ଆରମ୍ଭ କରିଥିଲେ ଓମ୍ । ପ୍ରସାଦମ୍ ଯୋଜନା ମାଧ୍ୟମରେ ଗରିବଙ୍କୁ ଖାଦ୍ୟ ଦେବା ସହ କୋଟାବାସୀ ଭୋକରେ ନରହିବା ପାଇଁ ପଦକ୍ଷେପ ନେଇଥିଲେ ଓମ୍ ।’
ओम बिरला जी ने राजनीति का केंद्र बिंदु जन आंदोलन से ज्यादा जनसेवा को बनाया। ऐसा संवेदनशील व्यक्तित्व आज जब स्पीकर पद पर आया है, तो वो हमें अनुशासित भी करेंगे और अनुप्रेरित भी करेंगे। उनके कार्यकाल में सदन देश के लिए उत्तम से उत्तम तरीके से काम कर सकेगा: पीएम मोदी
— BJP (@BJP4India) June 19, 2019
बिरला जी ने एक व्रत लिया था कि कोटा में कोई भूखा नहीं सोएगा और वे एक प्रसादम नाम की योजना चलाते हैं जो आज भी चल रही है: पीएम मोदी
— BJP (@BJP4India) June 19, 2019
जब केदारनाथ का हादसा हुआ तो बिरला जी अपनी टोली के साथ उत्तराखंड में समाज सेवा के लिए लग गए और अपने कोटा में भी अगर किसी के पास ठंड के सीजन में कंबल नहीं है तो रातभर कोटा की गलियों में निकलकर जन भागीदारी से लोगों को कंबल पहुंचाते हैं: पीएम मोदी
— BJP (@BJP4India) June 19, 2019
जब गुजरात में भयंकर भूकंप आया, तब बहुत लंबे समय तक वे कच्छ में रहे, अपने इलाके के युवा साथियों को लेकर आए और पीड़ितों की सेवा का काम किया: पीएम मोदी pic.twitter.com/7M5T0DcfkL
— BJP (@BJP4India) June 19, 2019
ଯଦି ଓମ୍ଙ୍କ ରାଜନୈତିକ କ୍ୟାରିୟର କଥା କହିବା ତେବେ ଓମ୍, 2014ରେ 16ତମ ଲୋକସଭା ନିର୍ବାଚନରେ କୋଟାରୁ ସାଂସଦ ହେଲେ । ପୁଣି 2019ରେ ପୁଣିଥରେ ସେହି କୋଟାରୁ ସାଂସଦ ହୋଇଛନ୍ତି ଓମ୍ ବିର୍ଲା । ଏହା ପୂର୍ବରୁ 2003, 2008 ଏବଂ 2013ରେ କୋଟା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିର୍ଲା । ଏହିଭଳି ଭାବେ ସେ ଫୁଲଟର୍ମ ଭାବେ 3 ଥର ବିଧାୟକ ଏବଂ ଦୁଇ ଥର ସାଂସଦ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ “ଯୁବ ପର୍ଯ୍ୟଟନ କ୍ଲବ” ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର: