ଆଜି ଜାମ୍ମୁକାଶ୍ମୀରରେ ଏକ ସମ୍ମିଳନୀକୁ ଉଦବୋଧନ ଦେଇ ଉପରାଜ୍ୟପାଳ ସିହ୍ନା କହିଛନ୍ତି ଉପତ୍ୟକାର ଲୋକମାନେ ଏବେ ଏହି କଥା ବୁଝିଛନ୍ତି ତେଣୁ ସେମାନେ ପ୍ରଥମେ ଶାନ୍ତିକୁ ଗୁରୁତ୍ବ ଦେଉଛନ୍ତି । ଶାନ୍ତି ଫେରିଆସିବା କାମ ଜାରି ରହିଛି । ଲୋକମାନେ ଆଗକୁ ବିକାଶର ପ୍ରକୃତ ସୁଫଳ ପାଇପାରିବେ ବୋଲି କହିଛନ୍ତି ଉପରାଜ୍ୟପାଳ ।
ଯେଉଁଠି ଶାନ୍ତି ରହିଛି ସେଠାରେ ବିକାଶର ଗତି ଦ୍ରୁତ ହୋଇଛି

ଅର୍ଗସ ବ୍ୟୁରୋ : ଶାନ୍ତି ବିନା ବିକାଶ ଅସମ୍ଭବ । ଯେଉଁଠି ଶାନ୍ତି ରହିଛି ସେଠାରେ ବିକାଶର ଗତି ଦ୍ରୁତ ହୋଇଛି । ଜାମ୍ମୁକାଶ୍ମୀରକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ପ୍ରଥମେ ଶାନ୍ତି ପ୍ରତିଷ୍ଠା କରିବାକୁ ପଡ଼ିବ ବୋଲି କହିଛନ୍ତି ସେଠାକାର ଉପରାଜ୍ୟପାଳ ମନୋଜ ସିହ୍ନା ।
Download Argus News App
