ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀ କନଷ୍ଟିଚ୍ୟୁଶନ କ୍ଳବରେ ପାଳିତ ହୋଇଛି ଉତ୍କଲ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 123ତମ ଜନ୍ମ ଜୟନ୍ତୀ । ଆଉ ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହରେକୃଷ୍ଣ ମହତାବଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କହିଥିଲେ ହରେକୃଷ୍ଣ ମହତାବଙ୍କ ଜୀବନି ବିଷୟରେ ଆଲୋଚନା କରିଥିଲେ । ସେ ଥିଲେ ଓଡିଶା ନେତୃତ୍ବର ପରିଚୟ ଏବଂ ଓଡିଶାର ଗୌରବ ।