ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଦୂଷଣ ମୁକାବିଲା ନକରିବା, ଅବକାରୀ ନୀତି, ପିଡବ୍ଲୁଡିରେ ଅବ୍ୟବସ୍ଥା, ସ୍କୁଲକୁ ଆସୁଥିବା ଅନୁଦାନ ଅର୍ଥକୁ ଅନ୍ୟ କାମରେ ଲଗାଇବା ତଥା ନିଜର କାର୍ଯ୍ୟକର୍ତ୍ତାଙ୍କୁ ଠକିବାରେ ଆପ୍ ସରକାର ଧୂରନ୍ଧର । ଅନ୍ୟପଟେ ଏସସି, ଏସଟି, ଓବିସିଙ୍କ ବ୍ୟତିତ ଗରିବଙ୍କୁ ଏକ ସାମାଜିକ ବର୍ଗ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଚାକିରି ଏବଂ ଶିକ୍ଷାରେ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯେଉଁମାନେ ଲମ୍ବା ସମୟ ଧରି ଶାସନ କରିଛନ୍ତି ଏବଂ ଆଜି ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୦ ଲକ୍ଷ ସରକାରୀ ପଦବୀରେ ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ମୋଦି ସରକାର ମିଶନ ମୋଡରେ କାମ କରୁଛନ୍ତି । ସେହିପରି ଶିକ୍ଷକ ସମୁଦାୟ, ପ୍ରାଧ୍ୟାପକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ପ୍ରାଥମିକତା । ମୋଦି ସରକାର ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲୁଥିବା ସରକାର । ଏହାବ୍ୟତିତ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ବେଞ୍ଚମାର୍କ ସ୍ଥାପନ କରିବା ସହ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରୁଛି ।
ଏକ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଭ୍ରଷ୍ଟାଚାର ଏବଂ ଖରାପ ବ୍ୟବସ୍ଥାକୁ ସୁଧାରିବାରେ ଶିକ୍ଷକ ସମୁଦାୟକୁ ଦାୟିତ୍ୱ ନେବାକୁ ନେବ । ଏହାବ୍ୟତିତ ଦେଶକୁ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କର । କିନ୍ତୁ ଏଥିରେ ଶିକ୍ଷକ ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।