ମୋଦି ସରକାରରେ ଓଡ଼ିଶା ର ସାଧାରଣ ଲୋକଙ୍କ ଅସାଧାରଣ କୃତିତ୍ୱକୁ ସମ୍ମାନ ଦେଇ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶା ସମେତ ସମସ୍ତ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡିଆଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଟ୍ୱିଟ୍ କରିଛନ୍ତି ଯେ ପଦ୍ମ ପୁରସ୍କାର ଆଜି ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ମାନ୍ୟତା ଦେଉଛି । ଦେଶ ସେମାନଙ୍କର ସଫଳତାକୁ ମର୍ମେ ମର୍ମେ ଅନୁଭବ କରିବା ସହ ପ୍ରଶଂସା କରୁଅଛି । କଳା କ୍ଷେତ୍ରରେ ଓଡ଼ିଶାର ବିଶିଷ୍ଟ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର, କୃଷି କ୍ଷେତ୍ରରେ ପତାୟତ ସାହୁ, ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ କଳା କ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟିକା କ୍ରୀଷ୍ଣା ପଟେଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ଗୌରବ ବିଷୟ ।
ପ୍ରତ୍ୟେକ୍ତ ବ୍ୟକ୍ତି ଓଡ଼ିଶା ପାଇଁ ଗର୍ବ । ଓଡ଼ିଶାର ମାନବପୁଞ୍ଜିକୁ ପରିଚୟ ଦେବା ସହ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପରମ୍ପରା । ଆଜି ପଦ୍ମ ପୁରସ୍କାର ଏକ ପୁରସ୍କାରରୁ ଉର୍ଦ୍ଧ୍ୱରେ ରହିଛି । ଏହା ଆମର ବିବିଧତା ଏବଂ ଦକ୍ଷତାକୁ ଦେବା ସହ ଦେଶ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣ ନାଗରିକଙ୍କୁ ସମ୍ମାନ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।