ପରୀକ୍ଷା ଯୋଗୁଁ ହେଉଥିବା ଚାପରୁ ମୁକ୍ତ ହୋଇ ଜୀବନକୁ ଏକ ଉତ୍ସବ ଭାବେ ପାଳନ ଲାଗି ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଦେଶ ଓ ଦେଶ ବାହାରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହା ଗତ 5 ବର୍ଷ ଧରି ହୋଇଆସୁଛି ।
ନବମ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ପିତାମାତା ଏକ ଅନଲାଇନ୍ ସୃଜନଶୀଳ ଲିଖିତ ପ୍ରତିଯୋଗିତା ଭିତ୍ତିରେ ଏଥିରେ ଅଂଶଗ୍ରହଣ ପାଇଁ ବଛା ହେବେ । ପଞ୍ଜିକରଣ ଲାଗି ନଭେମ୍ବର 25ରୁ ‘https/innovativeindia.Mygov.in/ppc-2023/’ ପୋର୍ଟାଲ ଡିସେମ୍ବର 30 ପର୍ଯ୍ୟନ୍ତ ଖୋଲା ରହିଛି ।