ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ତଥା ଗ୍ରାମୀଣ ବିକାଶର ଅପାର ସମ୍ଭାବନା ଗୁଡିକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
I thank PM Narendra Modi for connecting 4 districts of Odisha - Ganjam, Bhadrak, Bolangir & Baleshwar along with the states of Bihar & Jharkhand to 'Garib Kalyan Rojgar Abhiyaan' & focusing on the overall development of Eastern India: Union Minister, Dharmendra Pradhan pic.twitter.com/yxUU48xYGy
— ANI (@ANI) June 20, 2020
ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡ଼ିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ ସେମାନଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଆସିବ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନାର ଏହି ସଂକଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଯେ ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଓଡ଼ିଶା ସମେତ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଝାଡଖଣ୍ଡ ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ବିସ୍ଥାପିତ ଶ୍ରମିକ ମାନଙ୍କୁ ଗ୍ରାମରେ ମୌଳିକ ସୁବିଧା ସହ ଜଡ଼ିତ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କାମ ଯୋଗାଇ ଦିଆଯିବ । ଯଦ୍ୱାରା ଏହି କଠିନ ପରିସ୍ଥିତିରେ ମଧ୍ୟ ଗରିବ ଲୋକଙ୍କ ଜୀବନଶୈଳି ଉନ୍ନତ ହେବ ।
ମୌଳିକ ସୁବିଧା ସହ ଜଡ଼ିତ ୨୫ଟି ଭିନ୍ନଭିନ୍ନ କାମରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାମକୁ ମଧ୍ୟ ସାମିଲ କରାଯାଇଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସଫଳ କରିବା ପାଇଁ ଏବଂ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ ।
ଗାଁ, ଗରିବ ଏବଂ ଶ୍ରମିକଙ୍କୁ ନିଜସ୍ୱ ଯୋଜନାରେ କେନ୍ଦ୍ରରେ ରଖିବା ସହ ସେମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ଦିଗରେ ମୋଦି ସରକାର ଗତ ୬ ବର୍ଷ ଧରି ଉଦ୍ୟମ କରୁଛନ୍ତି । ଗରିବ କଲ୍ୟାଣ ରୋଜଗାର ଯୋଜନା ମାଧ୍ୟମରେ ଆମର ଶ୍ରମିକମାନଙ୍କୁ ସେମାନଙ୍କର ଆଗ୍ରହ ଏବଂ ଦକ୍ଷତା ଅନୁଯାୟୀ ନିଜ ଗ୍ରାମରେ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
