ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ପ୍ରଥମ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଯେ ସାମାଜିକ ଭିତ୍ତିଭୂମିର ବିଭାଗ ତୁଲାଇଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର” ଦାୟିତ୍ଵ ଭାର ଦିଆଯାଇଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ୍ କମିଟି ଅନ୍ ଏମ୍ପଲୋଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ କମିଟିରେ ସାମିଲ କରାଯାଇଛି । ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି।
ଘୋଷଣା ହୋଇଥିବା ୮ଟି ଯାକ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବପରି ରହିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୬ ଟି କମିଟିରେ ରଖାଯାଇଛି । ରାଜନାଥ ସିଂଙ୍କୁ କେବଳ ଦୁଇଟି କମିଟିର ସାମିଲ କରାଯାଇ ନାହିଁ । ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୭ ଟି କମିଟିରେ ସ୍ଥାନ ଦିଆଯାଇଛି । ଏହା ବ୍ୟତୀତ ନବ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଗୋଟିଏ କମିଟିରେ ସ୍ଥାନ ପାଇଛନ୍ତି । ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି ।
ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି। ସେହିପରି ନୀତୀନ ଗଡ଼କରୀଙ୍କୁ ୪ଟି କମିଟିରେ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ କେନ୍ଦ୍ରୀୟ ରାଜନୀତିକ ବ୍ୟାପାରରେ ସ୍ଥାନ ମିଳିଛି। ଯୁବ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ଦିଆଯାଇଛି।