କେନ୍ଦ୍ରମନ୍ତ୍ରୀ ଆଜି ଅପରାହ୍ଣରେ ଜାମ୍ମୁରେ ପହଞ୍ଚିବା ପରେ ମାଆ ବୈଷ୍ଣବ ଦେବୀ ମନ୍ଦିର ଦର୍ଶନ କରିବେ । ଏହାସହିତ ଶିକ୍ଷା ବିଭାଗ ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷାନୁଷ୍ଠାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ।ସେହିପରି ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଇଆଇଟି ଜାମ୍ମୁର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ପରେ ଅନ୍ୟ ଏକ ଇ-ଉଦଘାଟନୀ କାର୍ଯ୍ୟରେ ସାମିଲ ହେବେ । ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।