ଅର୍ଗସ ବ୍ୟୁରୋ: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରଣ ହୁଙ୍କାର । ଆରମ୍ଭ ହୋଇଯାଇଛି ବିଜେପିର `ଗୁଜରାଟ ଗୌରବ ଯାତ୍ରା' । ଗତକାଲି ଜେ.ପି. ନଡ୍ଡା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିବାବେଳେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଏଥିରେ ଯୋଗଦାନ କରିବେ । ସେହିପରି ଗୁଜରାଟ ଗୌରବ ଯାତ୍ରାରେ ଯୋଗଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁଜରାଟରେ ପହଞ୍ଚିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ବିଜେପି ଗଡ଼ ବଞ୍ଚାଇବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ସେହିପରି ଆମ୍ ଆଦମୀ ପାର୍ଟି ଉପରେ ମଧ୍ୟ ଧୁମ୍ ବର୍ଷିଛନ୍ତି ଧର୍ମେନ୍ଦ୍ର । ଆପର ଦିଲ୍ଲୀ ମଡେଲ୍ କେବଳ ଲୋକଦେଖାଣିଆ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଲୋକଙ୍କୁ ଯୋଡିବା ପାଇଁ `ଗୁଜରାଟ ଗୌରବ ଯାତ୍ରା' କରାଯାଉଛି । 9 ଦିନିଆ ଏହି ଯାତ୍ରା ରାଜ୍ୟର 182ଟି ବିଧାନସଭା ଆସନ ମଧ୍ୟରୁ 144 ଟି ଆସନ ଦେଇ ଯିବ। 5 ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏହି ଯାତ୍ରା | ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ବିଜେପି ଜୋରଦାର କସରତ ଆରମ୍ଭ କରିଦେଇଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।