ସେପଟେ ନିଟର କୌଣସି ପ୍ରକାର ପେପର ଲିକ୍ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ବର୍ଷ ୨୪ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୫୬୩ ପରୀକ୍ଷାର୍ଥୀଙ୍କୁ ନେଇ ଅଭିଯୋଗ ଆସିଛି । ଏହାକୁ ଗୁରୁତର ସହ ନେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଶିକ୍ଷାବିତଙ୍କୁ ନେଇ ଗଠନ ହୋଇଛି କମିଟି । ସେମାନଙ୍କ ରିପୋର୍ଟ ଅନୁସାରେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରଣାଳୟକୁ ଯାଇ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁଦାୟିତ୍ଵ ମିଳିଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ