ଏହି ବୈଠକରେ ନୂଆ କରି ଶିକ୍ଷା ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । କିଛି ସମୟ ପରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ଧର୍ମେନ୍ଦ୍ର ପ୍ରଧାନ । ଏହା ପୂର୍ବରୁ ସେ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ସେହିପରି ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ୍ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପୂର୍ବରୁ ବୈଠକରେ ବସିଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ଓ ଆଇଆଇଏସ୍ସି ଅଧ୍ୟକ୍ଷକଙ୍କ ସହ କଥା ହୋଇଛନ୍ତି । ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ୍, ଆଇଆଇଟି କାନପୁର ଓ ଆଇଆଇସ୍ସି ବାଙ୍ଗାଲୁରୁରର ଅଧ୍ୟକ୍ଷଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।
Download Argus News App
