ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଶବରା ଗ୍ରାମର ଛକ ନିକଟରେ ଓଲଟିଲା କାର
ସତ୍ୟର ହିଁ ବିଜୟ ହୋଇଥାଏ, ଗୁଜୁରାଟ ଦଙ୍ଗା ମାମଲାରେ ଧର୍ମେନ୍ଦ୍ରଙ୍କ ଟୁଇଟ

ଅର୍ଗସ ବ୍ୟୁରୋ :୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜାକିଆ ଏସଆଇଟିର ସେହି କ୍ଲୋଜର ରିପୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ ଯାହା ତତ୍କାଳୀନ ସିଏମ ନରେନ୍ଦ୍ର ମୋଦିଙ୍କୁ ଦଙ୍ଗା ଷଡଯନ୍ତ୍ର ଅଭିଯୋଗରୁ ମୁକ୍ତ କରିଛି । ଏହାପୂର୍ବରୁ ୨୦୧୨ରେ ମାଜିଷ୍ଟ୍ରେଟ କୋର୍ଟ ଏବଂ ୨୦୧୭ରେ ଗୁଜୁରାଟ ହାଇକୋର୍ଟ ଏସଆଇଟିର ଏହି ରିପୋର୍ଟକୁ ଅନୁମୋଦନ କରିଛନ୍ତି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ଦେବାବେଳେ କହିଛନ୍ତି ଯେ ଆବେଦନରେ କୌଣସି ତଥ୍ୟ ନାହିଁ । ସୁପ୍ରିମକୋର୍ଟଙ୍କର ଏହି ରାୟକୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
