ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ, ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଅପ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ୍ ଏଜୁକେସନାଲ ସର୍ଭିସେସ, ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ଡିଜାଇନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ଏହାସହ ସିଙ୍ଗାପୁର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦ୍ଵାରା ପରିଚାଳିତ ନୋଡାଲ ଏଜେନ୍ସି ସ୍କିଲ୍ ଫ୍ୟୁଚର ଅଫ୍ ସିଙ୍ଗାପୁର ସହ ବିଚାରବିମର୍ଶ କରିବେ । ସେହିପରି ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟ ନାଗରିକ ଓ ପ୍ରବାସୀ ଓଡିଆ ସଂଘର ସଦସ୍ୟଙ୍କୁ ଭେଟିବେ। ଏହାବ୍ୟତିତ ଆଇଆଇଟି ଓ ଆଇଆଇଏମର ପୁରାତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବାର ଗସ୍ତସୂଚୀ ରହିଛି। ସୂଚନା ଅନୁସାରେ, ଗତ ଏପ୍ରିଲ ୨୫ ତାରିଖରେ ଭୁବନେଶ୍ଵର ଠାରେ ଜି-୨୦ ଭାରତ ଶିକ୍ଷା ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଶିକ୍ଷା ଓ ଦକ୍ଷତା ବିକାଶ ନେଇ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସେ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର