ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି କରାିବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ‘ଦେଖୋ ଅପନା ଦେଶ’ ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ଏହା ଦ୍ୱାରା ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସାମାଜିକ ଓ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ଭିତ୍ତିରେ ଢ଼େଙ୍କାନାଳ ଜିଲ୍ଲକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢ଼େଙ୍କାନାଳ ପ୍ରତିବର୍ଷ ଶତାଧିକ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆସିବା ପାଇଁ ଆକୃଷ୍ଟ କରିଛି। କପିଳାସ, ଯୋରନ୍ଦା, ସପ୍ତଶଯ୍ୟା, ଢ଼େଙ୍କାନାଳର ରାଜବାଟି ଏଠାକାର ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରଖିଛି। ଜାଗର ସମୟରେ କପିଳାସ ମହାଦେବ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ପ୍ରସିନ୍ଧ ଯୋରନ୍ଦାରେ ମହିମା ଧର୍ମର ପ୍ରଚାରକ ମହିମା ଗୋସାଇଁ ସମାଧି ସ୍ଥଳି ଅଛି। ସେଠାରେ ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଗାଦି ମନ୍ଦିର ଭଳି ମନ୍ଦିର ଅବସ୍ଥାପିତ। ଯୋରନ୍ଦା ମେଳା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଢ଼େଙ୍କାନାଳର ରାଜବାଟି ମଧ୍ୟ ପର୍ଯ୍ୟଟକଙ୍କୁ ଆସିବା ପାଇଁ ଆକୃଷ୍ଟ କରେ। ପ୍ରାକୃତିୀକ ସୌନ୍ଦର୍ଯ୍ୟ, ଐତିହ୍ୟ ସ୍ଥଳୀ ,ବଂ ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାତ୍ମିକ ସର୍କିଟର ବିକାଶ ପାଇଁ ଢ଼େଙ୍କାନାଳ ଅପାର ସୁଯୋଗ ପ୍ରଦାନ କରୁଛି। କୋଭିଡ-୧୯ ଯୋଗୁଁ ଢ଼େଙ୍କନାଳ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଗଲେ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧ ପାଇବ। ଏହି ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ