ଗରୁଡ ଏୟାର ସ୍ପେସର ପ୍ରତିଷ୍ଠାତା ଜୟପ୍ରକାଶ ଇକୋନୋମିକ ଟାଇମ୍ସକୁ କହିଛନ୍ତି ଯେ, ଧୋନୀ ଏହି କମ୍ପାନୀରେ ପୁଞ୍ଜି ନିବେଶ କରିବା ସହ ବ୍ରାଣ୍ଡ ଆମ୍ବାସେଟର ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଯାହା କରିବାକୁ ଇଛା କରିଛୁ ଧୋନୀ ବି ସେଥିପାଇଁ ଇଛୁକ ଥିବା ସେ କହିଛନ୍ତି। ତାଙ୍କୁ ଆମର ଉଦ୍ଦେଶ୍ୟ ପସନ୍ଦ। ତାଙ୍କ ଠାରୁ ଭଲ ପାର୍ଟନର ଆମକୁ ମିଳିବେ ନାହିଁ।
ତେବେ ଜୟପ୍ରକାଶ କହିଛନ୍ତି ଯେ, ଧୋନୀ ତାଙ୍କ ନିବେଶ କରିବା ନେଇ କିଛି ଖୁଲାସା କରି ନାହାନ୍ତି। ତାଙ୍କ ସହ ଆଉ କିଛି ନିବେଶକ ଅଛନ୍ତି ଯେଉଁମାନେ ପୁଞ୍ଜି ନିବେଶ କରିବେ। ଯେବେଠୁ ପ୍ରଧାନମନ୍ତ୍ରୀ ଡ୍ରୋନ ମହୋତ୍ସବର ଆରମ୍ଭ କରିଛନ୍ତି ସେବେଠାରୁ ଲୋକଙ୍କ ଅଅଗ୍ରହ ବଢିଛି ବୋଲି କହିଛନ୍ତି।