ୱାକାଥାନକୁ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଏମ୍ସ ଭୁବନେଶ୍ୱରର ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ବିଭାଗୀୟ ମୁଖ୍ୟ ଡାକ୍ତର କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅର୍ଗସ ବ୍ୟୁରୋ: ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କ ଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ଯଦି କେହି ମଧୁମେହ ରୋଗରେ ପୀଡିତ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ବ୍ୟାୟାମ କରିବା ଜରୁରୀ। ସମଗ୍ର ବିଶ୍ୱ ପାଇଁ ମଧୁମେହ ରୋଗ ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଏହାର ନିରାକରଣ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଶ୍ଵବ୍ୟାପୀ ନଭେମ୍ବର ମାସରେ ପାଳନ ହେଉଥିବା ବିଶ୍ୱ ଡାଏବେଟିକ ଅବସରରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଆଜି ସକାଳୁ ସିଜୁଆ ସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିକଟରୁ ପଦଯାତ୍ରା ବାହାରି ଏମ୍ସ ପର୍ଯ୍ୟନ୍ତ ଯାଇଥିଲା। ଏହି ୱାକାଥାନରେ ଏମ୍ସ ଭୁବନେଶ୍ୱରର ବହୁ କର୍ମଚାରୀ, ଡାକ୍ତର ଓ ନର୍ସ ସାମିଲ ହୋଇଥିଲେ। ବିଶ୍ୱ ମଧୁମେହ ଦିବସ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ଲୋକଙ୍କ ମଧ୍ୟରେ ମଧୁମେହ ଭଳି ରୋଗରୁ ନିଜକୁ କିଭଳି ଦୂରେଇ ରଖାଯାଇପାରିବ ସେନେଇ ୱାକାଥାନ ଜରିଆରେ ସଚେତନ କରାଯାଇଥିଲା। ସେହିପରି ଗତକାଲି ମାଗଣା ରକ୍ତ ଓ ରକ୍ତଚାପ ସମେତ ମଧୁମେହ ଚିହ୍ନଟ ପରୀକ୍ଷା କରାଯାଇଥିଲା।
ୱାକାଥାନକୁ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଏମ୍ସ ଭୁବନେଶ୍ୱରର ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ବିଭାଗୀୟ ମୁଖ୍ୟ ଡାକ୍ତର କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବିବାହର ୧୨ଦିନ ପରେ ନବବଧୂ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଂଚଳରେ । ମଂଗଳପୁର ପଂଚାୟତ ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ବୋହୁ ମଧୂସ୍ମୀତା ଦାସକୁ ହତ୍ୟା କରାଯାଇଥିବା ମଂଗଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମଂଗଳପୁର ଥାନା ପକ୍ଷରୁ ଆଇଆଇସି ପବିତ୍ର ମହାରଣା ଓ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରାଯିବା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ସ୍ୱାମୀ ବିଶ୍ୱଜିତଙ୍କୁ ପୁଲିସ ଥାନାରେ ଅଟକ ରଖିଛି ।
ଅଧିକ ପଢନ୍ତୁ : ନବବଧୂ ହତ୍ୟା ଅଭିଯୋଗ
ଅଭିଯୋଗ ମୁତାବକ ବିଞ୍ଝାରପୁର ବ୍ଳକ ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ପରେଶ ଚନ୍ଦ୍ର ଦାଶଙ୍କ ଝିଅ ମଧୂସ୍ମୀତାଙ୍କୁ ମଙ୍ଗଳପୁର ଥାନା ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ସିପୁ ବୈଦିକ ରୀତିରେ ଗତ ମେ ୨୮ ତାରିଖରେ ବିବାହ କରିଥିଲେ । ବିବାହର ମାତ୍ର ୧୨ଦିନ ବିତି ନଥିବା ବେଳେ ଝିଅର ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି । ଝିଅର ବାପ ଘର ଲୋକଙ୍କୁ ଖବର ଦେଲେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛି । ଝିଅର ଆତ୍ମହତ୍ୟାକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରି ନଥିଲେ । ଶଶୁର ଘର ଲୋକେ ମିଳିମିଶି ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବାପା ପରେଶ ଥାନାରେ ଅଭିଯୋଗ କରିଛନ୍ତି ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କାଜୋଲ ଦେବଗନଙ୍କ ଏକ ପୋଷ୍ଟ ଫ୍ୟାନମାନଙ୍କୁ ବ୍ୟଥିତ କରିଛି। କାଜୋଲ ଶୁକ୍ରବାର ଇନଷ୍ଟାରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି ଜଣାଇଛନ୍ତି। ସେ ତାଙ୍କର ସମସ୍ତ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆର ଆକାଉଣ୍ଟକୁ ନିଷ୍କ୍ରିୟ କରି କିଛି ସମୟ ପାଇଁ ବିରତି ନେଇଛନ୍ତି। ତାଙ୍କର ଇନଷ୍ଟାରେ କେବଳ ଗୋଟିଏ ପୋଷ୍ଟ ଅଛି। କିନ୍ତୁ ଆଜି ପୁଣି ଇନଷ୍ଟାକୁ ଫରିଥିବାରୁ ଲୋକେ କିଛି ବୁଝିପାରୁ ନାହାନ୍ତି ଟ୍ରୋଲ କରୁଛନ୍ତି।
ସେଥିରେ ଲେଖାହୋଇଛି, ମୋ ଜୀବନରେ କଠିନ ପରୀକ୍ଷଣର ସମ୍ମୁଖୀନ କରୁଛି। କ୍ୟାପ୍ସନରେ ସେ ସୋସିଆଲ ମିଡିଆରୁ ବ୍ରେକ ନେଉଥିବା ଲେଖିଛନ୍ତି। ହେଲେ କାହିଁକି ବ୍ରେକ ନେଉଛନ୍ତି କିଛି ଲେଖିନାହାନ୍ତି। ଏଥିରେ ତାଙ୍କ ଫ୍ୟାନମାନେ ବିଚଳିତ ହୋଇପଡ଼ିଛନ୍ତି। ଏମିତି ଲେଖିବାର କାରଣ କଣ ହୋଇପାରେ। ତାଙ୍କ ପର୍ସନାଲ ଲାଇଫରେ ସବୁ ଠିକ ଚାଲିଛି। ଏମିତି ଫ୍ୟାନ ମାନଙ୍କ ମନରେ ଅନେକ ପ୍ରଶ୍ନ। ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଏହା ତାଙ୍କ ଆଗାମୀ ପ୍ରୋଜେକ୍ଟ `ଦି ଗୁଡ ଓ୍ବାଇଫ' ପାଇଁ ପ୍ରମୋଶନ ଯୋଜନା। ଏଥିରେ ଅନେକ ଫ୍ୟାନ ଅଭିନେତ୍ରୀ କାଜୋଲଙ୍କୁ ସପୋର୍ଟ କରିଛନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ।
କାଜୋଲ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ। ତାଙ୍କର ଅଭିନୟ ମଧ୍ୟ ସେମିତି ଦମଦାର। ସେ ୧୯୯୨ରୁ ଫିଲ୍ମ `ବେଖୁଦି' ଜରିଆରେ ବଲିଉହ କ୍ୟାରିୟର ଆରମ୍ଭ କରିଥିଲେ। ‘ଡିଡିଏଲଜେ’, ‘କୁଛକୁଛ ହୋତା ହୈ’ ଓ ‘ଦିଲଓ୍ୱାଲେ’ ଭଳି ସିନେମାରେ ନିଜର ଜଲୱା ଦେଖାଇ ସାରିଥିବା ଅଭିନେତ୍ରୀ କାଜୋଲଙ୍କ ସୋସିଆଲ ମିଡିଆରେ ୧୪.୪ଲକ୍ଷ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି। କାଜୋଲ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରିଥାଆନ୍ତି। ଯାହାକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ ବି କରିଥାଆନ୍ତି। ଶେଷଥର ପାଇଁ ତାଙ୍କୁ ମୁଭି ସଲାମ ଭେଙ୍କିରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଏକ ଫିଲ୍ମ `ଲଭ ଷ୍ଟୋରି ୨' ଆସନ୍ତା ୨୯ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ବାଲେଶ୍ବର : ପୁଣି ଥରେ ମାନବିକତା ଦେଖାଇବାକୁ ଯାଉଛନ୍ତି ସୋର ବାହାନଗା ବାସୀ l ବାହାନଗା ରେଳ ଟ୍ରାଜେଡିରେ ଗୁରୁତର ମାନଙ୍କୁ ଉଦ୍ଧାର କରିଵାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସୋର, ବାହାନଗା ଅଞ୍ଚଳ ବାସୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ l ଏହାରି ଭିତରେ ବାହାନଗା ରେଳ ଦୁର୍ଘଟଣାରେ ମୃତ ଙ୍କ ସାମୁହିକ ଶୁଦ୍ଧି କ୍ରିୟା ପାଇଁ ଅଣ୍ଟା ଭିଡ଼ିଲେ ସୋର ବାହାନଗା ଅଞ୍ଚଳ ବାସୀ l
ଅଧିକ ପଢନ୍ତୁ : ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଛି ସାତ ଦିନ
ଜୁନ ଦୁଇ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାହାନଗା ଠାରେ ରେଳ ଦୁର୍ଘଟଣା ରେ ଚାଲି ଯାଇଥିଲା 288 ଜଣଙ୍କ ଜୀବନ l ସେଥିପାଇଁ ସୋରବାସୀ ଶୁଦ୍ଧି କ୍ରିୟା ସହିତ ମୁଣ୍ଡନ, ଏକାଦଶ କ୍ରିୟା, ନାମଯଂଜ୍ଞ, ସର୍ବ ଧର୍ମ ସମନ୍ବୟ ସଭା, ଗାୟତ୍ରୀ ମହାମନ୍ତ୍ର ସହିତ ସମୂହ ଦୀପ ଦାନର ବ୍ୟବସ୍ଥା କରିଛନ୍ତି l ଜୁନ 11 ତାରିଖ ରୁ ଆରମ୍ଭ ହୋଇ ଜୁନ 13 ତାରିଖ ପର୍ଯ୍ୟନ୍ତ ବାହାନଗା ସ୍କୁଲ ପଡିଆ ଏହି କାର୍ଯ୍ୟକ୍ରମ କରିବା ନେଇ ଅଞ୍ଚଳ ବାସୀ ନିଷ୍ପତି ନେଇଥିବା ବେଳେ ଲୋକ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଉଛି l