କିନ୍ତୁ କଥା ଏଇଠି ସରିନି। ଭୋଟ ହାତେଇବାକୁ ଆପ୍ ଅତି ତଳକୁ ଖସିଯାଇଛି। ପେଶାଦାର ଅଭିନେତାଙ୍କ ସାହାରା ନେଇ ଦଳ ପ୍ରତି ସିମ୍ପାଥି ଭୋଟ୍ ଯୋଗାଡିବାକୁ ପ୍ରଚେଷ୍ଟା କରୁଛି।
ଏକ ଭାଇରାଲ ଭିଡିଓକୁ ପ୍ରମୋଟ କରିବାକୁ ଚେଷ୍ଟା କରୁଛି ଆପ୍। ଯେଉଁଥିରେ ଜଣେ ଅସନ୍ତୁଷ୍ଟ ଯୁବକ, ଗୁଜୁରାଟର ବିଜେପି ସରକାର ଉପରେ ଆକ୍ଷେପ ପରେ ଆକ୍ଷେପ ଲଗାଉଛନ୍ତି। ଅସନ୍ତୁଷ୍ଟ ଯୁବକ କେଜରିୱାଲଙ୍କୁ କହୁଛନ୍ତି ଯେ, ଗୁଜରାଟର ବିଜେପି ସରକାର କିଛି କରି ନାହାନ୍ତି । ଦୀର୍ଘ ବର୍ଷ ଧରି ଶାସନ କରିବା ପରେ ମଧ୍ୟ ଏଠି ବିକାଶ ନାହିଁ । ଆମ କଥା କେହି ଶୁଣୁ ନାହାନ୍ତି ।
ଯୁବକ ଜଣ କେବଳ ବିଜେପି ସମ୍ପର୍କରେ ବିଶୋଦ୍ଗାର କରିଥିଲେ, କଥା ଭିନ୍ନ ବୁଝା ପଡିଥାନ୍ତା। ହେଲେ ଭିଡିଓରେ ଥିବା ଯୁବକ କେଜରିଓ୍ବାଲଙ୍କୁ ପ୍ରଶଂସିବାରେ ଶତମୁଖ ହୋଇଛନ୍ତି। କହିଛନ୍ତି, ସାର୍ ଆପଣଙ୍କର ପରି ନେତା ଗୁଜରାତକୁ ଆବଶ୍ୟକ । ସେ ନିଜକୁ ଭରୁଚ ଜିଲ୍ଲାର ଶାହବାଜ ଖାନ ବୋଲି ପରିଚୟ ଦେଇ ଏହି ଭିଡିଓ କରିଛନ୍ତି। ଯାହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଶୋସିଆଲ ମିଡିଆରେ ସେୟାର କରାଯାଇଛି।
କିନ୍ତୁ ଦର୍ଶକବନ୍ଧୁ ଏହି ଶାହବାଜ ଖାନ୍ ବ୍ୟକ୍ତିଙ୍କ ବିଷୟରେ ପତ୍ତା ଲଗାଇବା ପରେ ସତ ସାମ୍ନାକୁ ଆସିଛି। ବାବୁ ଜଣକ ପେସାଦାର ଅଭିନେତା। ଫଳରେ ଆମ ଆଦମୀ ପାର୍ଟି ପକ୍ଷରୁ ଭଲ ଅର୍ଥ ନେଇ ସେ ଏଭଳି ଡ୍ରାମା କରିଛନ୍ତି ବୋଲି ଜଣାପଡିଛି।
କେଜରିଓ୍ବାଲଙ୍କ ଏହି ମିଛ ଭିଡିଓର ପର୍ଦ୍ଦାଫାଶ ହେଲା ପରେ ଟ୍ରୋଲ ହେଉଛନ୍ତି କେଜରିଓ୍ବାଲ।
ଭାରତ ଖବର ଆହୁରି ପଢ଼ନ୍ତୁ ।