ଏହା ମାଧ୍ୟମରେ ଲୋକେ ଡ୍ରାଇଭିଙ୍ଗଂ ଲାଇସେନ୍ସଠାରୁ ଆରମ୍ଭ କରି ଆରସି ପାନ୍ ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜକୁ ଡାଉନଲୋଡ କରି ବ୍ୟବହାର କରିପାରିବେ। ସବୁଠାରୁ ବଡ କଥା, ଯଦି ଆପଣ ଘରେ ଡିଏଲକୁ ଛାଡି ଯାଉଛନ୍ତି, ତେବେ ହ୍ୱାଟଆପ୍ ଡିଏଲ ଡାଉନଲୋଡ କରି ଏହାକୁ ଦେଖାଇ ଆପଣ ସମସ୍ୟାକୁ ଏଡାଇବାରେ ସମର୍ଥ ହେବେ।
କିପରି କରିବେ ଏହି ଡିଜିଲକରର ବ୍ୟବହାର:
- . ନିଜ ଫୋନରେ +୯୧୯୦୧୩୧୫୧୫୧୫ ନମ୍ୱର ସେଭ କରିବାକୁ ପଡିବ। ଏହାପରେ ହ୍ୱାଟ୍ସଆପ୍ ଖୋଲନ୍ତୁ।
- . ଏହାପରେ ଏହି ନମ୍ୱର ସହିତ ଚାଟ ବକ୍ସରେ ‘ହାଏ’ କିମ୍ୱା ‘ଡିଜିଲୋକର’ ଟାଇପ କରି ପଠାନ୍ତୁ।
- . ଏହାପରେ ଆପଣଙ୍କୁ କୋଓ୍ୱିନ ସେବା ଏବଂ ଡିଜିଲୋକର ସେବା ଭଳି ଦୁଇଟି ବିକଳ୍ପ ମିଳିବ।
- .ଡିଜି ଲକର ସେବା ଚୟନ କରିବା ମାତ୍ରା ଆଧାର ଯାଞ୍ଚ ହେବ
- .ଏହାପରେ ଆପଣଭ୍କ ନିକଟକୁ ଓଟିପି ଆସିବ।
- .ଆପଣଙ୍କ ଡିଜିଲୋକରେ କେଉଁ କେଉଁ ଡକ୍ୟୁମେଣ୍ଟ ରହିଛି ଏହା ଆପଣଙ୍କୁ କହି॥
- .ସେହି ଡକ୍ୟୁମେଣ୍ଟ ସହ ଯେଉଁ ମୋବାଇଲ ପଞ୍ଜିକୃତ ହୋଇଛି ହୋଇଛି ତାହାକୁ ଦିଅନ୍ତୁ।
- .ଏହାପରେ ଆପଣଙ୍କୁ ଆଉ ଏକ ଓଟିପି ଆସିବ।
- .ଓଟିପି ଯାଞ୍ଚ କରବିା ପରେ ଆପଣ ଡକ୍ୟୁମେଣ୍ଟକୁ ସହଜରେ ଡାଉନଲୋଡ କରିପାରିବେ।
ସୂଚନାନୁସାରେ, ଏପର୍ଯ୍ୟନ୍ତ ୮୦ ନିୟୁତରୁ ଅଧିକ ଲୋକ ହେଲ୍ପଡେସ୍କରୁ ସେବା ନେଇଥିବା ଜଣାପଡିଛି।