ଖବର ପ୍ରଚାରିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି । ନିଜେ ଟୁଇଟ୍ କରି ପ୍ରଧାନ ଲେଖିଛନ୍ତି, ‘ବକ୍ସିଂ ଚାମ୍ପିୟନ୍ ଶ୍ରୀ ଡିଙ୍ଗକୋ ସିଂଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏସୀୟ ଗେମ୍ସର ସ୍ୱର୍ଣ୍ଣ ବିଜେତା ପଦ୍ମଶ୍ରୀ ଡିଙ୍ଗକୋ ଗୋଟିଏ ଯୁଗର ଯୁବପିଢିଙ୍କୁ ଉତ୍ସାହିତ କରିଥିଲେ । ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି’
ସୂଚନାଯୋଗ୍ୟ, ଅର୍ଜୁନ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡିଙ୍ଗକୋ ସିଂ ୨୦୧୭ ମସିହାରୁ ଏହି ରୋଗ ସହ ଲଢେଇ କରୁଥିଲେ। ସେ ଗତ ବର୍ଷ କରୋନା ସଂକ୍ରମଣରୁ ମଧ୍ୟ ସୁସ୍ଥ ହୋଇଥିଲେ।
୧୯୯୮ରେ ବ୍ୟାଙ୍କକଠାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଡିଙ୍ଗକୋ ଖ୍ୟାତି ଅର୍ଜନ କରିଥିଲେ। ଯେଉଁଠାରେ ସେ ଶେଷ ମୁହୂର୍ତ୍ତରେ ଏକ ୱାଇଲ୍ଡ ଏଣ୍ଟ୍ରି ପାଇଥିଲେ। ସେହି ବର୍ଷ ତାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ୨୦୧୩ରେ, କ୍ରୀଡ଼ାରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, “ଆଜି ସକାଳେ ଶ୍ରୀ ଡିଙ୍ଗକୋ ସିଂଙ୍କ ଦେହାନ୍ତରେ ମୁଁ ଆଶ୍ଚର୍ଯ୍ୟ ଏବଂ ଗଭୀର ଦୁଃଖିତ। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡିଙ୍ଗକୋ ମଣିପୁରର ଅନ୍ୟତମ ଉଲ୍ଲେଖନୀୟ ବକ୍ସର ଥିଲେ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଆନ୍ତରିକ ସମବେଦନା | ତାଙ୍କ ଆତ୍ମାର ସଦଗତି ହେଉ।
Pained to learn about the demise of champion pugilist Shri Dingko Singh. An Asian Games gold medallist, Padma Shri Dingko inspired a generation of youth, including in the north-east to choose sports as a career. My deepest condolences to his family & millions of fans. Om Shanti. pic.twitter.com/bq2LABy39w — Dharmendra Pradhan (@dpradhanbjp) June 10, 2021