ତେବେ ଏହି ଡିଜାଇନିଂରେ ଦିବ୍ୟାଙ୍ଗ ପିଲାମାନେ ଡ୍ରେସ ଉପରେ ଏମ୍ବ୍ରୋଡୋରି କାମ କରିଥିଲେ । ଏହାପରେ ଏହାକୁ ଅନ୍ୟ ଛାତ୍ରଛାତ୍ରୀମାନେ ଫିନିଶିଂ କରିଥିଲେ । ଏହାକୁ କରିବାକୁ ସେମାନଙ୍କୁ ୯ ମାସ ସମୟ ଲାଗିଥିଲା । ପ୍ରତିବର୍ଷ ଏହି କଲେଜ ତରଫରୁ ଏପରି ପ୍ରୋଗ୍ରାମ କରାଯାଇଥାଏ । ତେବେ ଚଳିତବର୍ଷ ଏହି ପ୍ରୋଗ୍ରାମର ନାଁ ରହିଛି ‘ନବ୍ୟତା’ । ମାର୍କେଟରେ ଚାଲିଥିବା ଡିଜାଇନିଂକୁ ନେଇ ଏହି ପିଲାମାନେ ଏପରି ଡିଜାଇନିଂ ତିଆରି କରିଛନ୍ତି ।ଚଳିତବର୍ଷ ଏହି ପ୍ରୋଗ୍ରାମରେ ଡକ୍ଟରଙ୍କ ଥିମ ରହିଥିଲା । ଏଥାପାଇଁ ସେମାନେ ଡକ୍ଟରଙ୍କ ଡ୍ରାସ ଡିଜାଇନିଂ ଉପରେ ଦୀର୍ଘ ୯ ମାସ ଧରି ରିସର୍ଚ୍ଚ କରିଥିଲେ । ଏହାପରେ ସେମାନେ ଆବଶ୍ୟକ ମ୍ୟାଟେରିଆଲ ଆଣି ଏହାକୁ ତିଆରି କରିଥିଲେ ।
ତେବେ ଏହି ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ପୋଷାକ ଡିଜାଇନିଂକୁ ନେଇ ସେଠାରେ ଉପସ୍ଥିତ ସମସ୍ତେ ବେଶ ଖୁସିଥିଲେ । ପ୍ରତିବର୍ଷ ଏହି ପ୍ରୋଗ୍ରାମ ଚାଲୁଥିବା ବେଳେ ଚଳିତ ବର୍ଷ ଏହାର ଥିମକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ