ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଦିଶା ସଲିଆନ ଆତ୍ମହତ୍ୟା ମାମଲା ପୁଣି ଥରେ ଖୋଲିଲା। ହତ୍ୟା ନା ଆତ୍ମହତ୍ୟା ତାହାର ଯାଞ୍ଚ କରିବା ପାଇଁ ଆଜି ଏକ ତଦନ୍ତକାରୀ ଦଳ ଗଠନ କରା ଯାଇଛି। ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଙ୍କ ମ୍ୟାନେଜର ଦିସା ସାଲିୟଁ ଙ୍କ ମୃତଦେହ 2020 ଜୁନ 8 ରେ ତାଙ୍କ ଫାଲ୍ଟ ରୁ ଉଦ୍ଧାର କରା ଯାଇଥିଲା। ଦିଶାଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଥିଲା। ଦିଶା ମଦ୍ୟପାନ କରିଥିଲେ। ତଦନ୍ତ ରୁ ଜଣା ପଡିଛି ତାହା ପରେ ଛାତରୁ ଡେଇ ପଡିଥିଲେ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଅକ୍ଟୋବର ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ । ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ।
ଅଧିକ ପଢନ୍ତୁ : ଆସୁଛି ବାତ୍ୟା, ଆଇଏମଡିଙ୍କ ଦ୍ୱାରା ଆକଳନ...
ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ । ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଞ୍ଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାର୍ହି ।