ଦର୍ଶକବନ୍ଧୁ ସତ କଥାଟା ଏଇଆ ଯେ, ଏ ଗାଁକୁ ରାସ୍ତା ନାହିଁ । ଆଉ ଖାସ ସେଇଥିପାଇଁ ଝିଅର ବାପାମାନେ ଏଠି କାହାକୁ କନ୍ୟାଦାନ କରିବାକୁ ନାପସନ୍ଦ କରନ୍ତି। ଯେତେବେଳେ କେହି ଝିଅ ଘର ସେମାନଙ୍କ ଗାଁକୁ ଆସୁଛନ୍ତି, ସେମାନେ ଭୟ କରୁଛନ୍ତି ଯେ ଏହି ଗାଁରେ ଝିଅକୁ ବିବାହ କରାଇଲେ ତାଙ୍କ ଝିଅ ମୌଳିକ ସୁବିଧା ପାଇପାରିବ ନାହିଁ। ଯାହାର ଫଳାଫଳ ସ୍ୱରୂପ ଅନେକ ଥର ବିବାହ ଭାଙ୍ଗିଯାଏ।
ସମସ୍ୟା ଆଜିର ନୁହେଁ। ୧୭ ବର୍ଷ ହେଇଗଲାଣି। ଗାଁ ରାସ୍ତା ଖରାପ ହେବା ପରେ ଏବେ ବାହାଘର କରିବାକୁ ଲୋକେ ଅମଙ୍ଗ ହେଉଛନ୍ତି। ଖରାପ ରାସ୍ତା ପାଇଁ କେହି ଝିଅ ଘର ବିବାହ ପାଇଁ ରାଜି ହେଉନଥିବାର ଯୁବକମାନେ କହିଛନ୍ତି।
ଶେଷରେ ସମସ୍ୟା ବହୁତ ସହିଲା ପରେ ଏଇ ମାସ ୫ ତାରିଖରେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ରାସ୍ତାର ଦୁରବସ୍ଥା ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ଝାଡ଼ଖଣ୍ଡର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କଠାରୁ ଉତ୍ତର ମାଗିଛନ୍ତି।
ଗ୍ରାମବାସୀ ସେମାନଙ୍କ ଘର ବାହାରେ ଥିବା କାନ୍ଥରେ ‘ଚମ୍ପାଇ ସୋରେନ ଜବାବ ଦିଅ’ ସ୍ଲୋଗାନ ଲେଖିଛନ୍ତି। ଭଗବାନ କରନ୍ତୁ ବାଡୁ ପୁଅଙ୍କ ଅଭିଶାପ ସରକାରଙ୍କ ଉପରେ ନ ପଡୁ। ଆଉ ସରକାର ଏ ଗାଁରେ ଡିଜି ବାଜି ବାହା ରୋଶଣୀକୁ ପରମିଶନ୍ ଦେଇଦିଅନ୍ତୁ।
ଭାରତ ଖବର ଆହୁରି ପଢନ୍ତୁ