ଅନ୍ୟ ପକ୍ଷରେ ନ୍ୟୁୟର୍କ ସହରରେ ମଧ୍ୟ ଲୋକ ମାନେ ଦୀପାବଳୀ ପାଳନ କରିଛନ୍ତି । ଏହି ଦୀପାବଳୀ କାର୍ଯକ୍ରମରେ ନ୍ୟୁୟର୍କ ସହରର ମେୟର ଏରିକ ଆଡାମ୍ସ ମଧ୍ୟ ଶାମିଲ ହୋଇଥିଲେ । ଏହି ଅବସରରେ ଆଡାମ୍ସ ଉପସ୍ଥିତ ଲୋକ ମାନଙ୍କୁ କହିଥିଲେ ଯେ ପ୍ରଭୁ ଶ୍ରୀରାମ ଯେଉଁ ରାସ୍ତା ଆମକୁ ଦେଖାଇଛନ୍ତି, ସେହି ରାସ୍ତାରେ ଚାଲିଲେ ଘୃଣା ସମାପ୍ତ ହେବ ।
ସେ ଆହୁରି କହିଛନ୍ତି ଯେ ସମସ୍ତଙ୍କୁ ଆଲୋକବର୍ତିକା ସାଜିବାକୁ ହେବ । ସେ ମାତା ସୀତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ମଜବୁତ ମହିଳା ଥିଲେ । ସେ କୌଣସି ପ୍ରକାର ପ୍ରଲୋଭନ ଆଗରେ ମୁଣ୍ଡ ନୂଆଇଁ ନ ଥିଲେ । ସେ ଜଣେ ଦୃଢ ଓ ପ୍ରତିବଦ୍ଧ ମହିଳା ଥିଲେ ବୋଲି କହିଛନ୍ତି ଆଡାମ୍ସ । ଆଡାମ୍ସଙ୍କ ସରକାରୀ ଘରେ ଏହି ଦୀପାବଳୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଡାମ୍ସ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ – ଆସନ୍ତୁ ଆମେ ଶ୍ରୀରାମଙ୍କ ପରି ଜୀବନ ଜୀଇଁବା, ସୀତାଙ୍କ ପରି ଜୀବନ ଜୀଇଁବା ।
ଦୀପାବଳୀ ଆମ ସମସ୍ତଙ୍କୁ ଏକାଠି ବସିବା, କଥାବାର୍ତା କରିବା ଓ ଘୃଣିତ ଅପରାଧକୁ ସମାପ୍ତ କରିବାର ପବିତ୍ର ପର୍ବ ଅଟେ । ଅନ୍ଧକାର ଯଦିଓ ଖୁବ ଅଧିକ ଅଛି, ହେଲେ ଆମକୁ ଦୀପର କିରଣ ସାଜିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଭାରତର ମହାବାଣିଜ୍ୟିକ ଦୂତ ରଣଧୀର ଜାୟସୱାଲ ଓ ନ୍ୟୁୟର୍କର ଆସେମ୍ବଲୀର ସଦସ୍ୟ ଜେ ରାଜକୁମାର ମଧ୍ୟ ଉପସ୍ଥିତ ଥିଲେ ।
ସେ କହିଥିଲେ ଯେ ଯଦି ଆମେ କେବଳ ଗୋଟିଏ ଦିନ ପାଇଁ ଅନ୍ଧକାର ଦୂର କରିବାକୁ ଏହି ଉତ୍ସବ ପାଳନ କରନ୍ତି ତେବେ ଆମେ ଦୀପାବଳୀର ସିଦ୍ଧାନ୍ତ ପ୍ରତି ବିଶ୍ୱାସଘାତକତା କରୁଛନ୍ତି । ଆମକୁ ବର୍ଷର ପ୍ରତ୍ୟେକ ଦିନ ସେହି ପରିମାଣ ଓ ସେହି ଉଚ୍ଚତାର ସହ ରହିବାର ଆବଶ୍ୟକତା ରହିଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ନ୍ୟୁୟର୍କ ସହରର ସ୍କୁଲ ମାନଙ୍କରେ ଦୀପାବଳୀକୁ ଛୁଟି ବୋଲି ଘୋଷଣା କରାଯିବାକୁ ଅନେକ ବର୍ଷ ଧରି ଦାବି ହୋଇ ଆସୁଥିଲା ।
ଭାରତୀୟ ବଂଶୋଦ୍ଭବ ନ୍ୟୁୟର୍କ ଆସେମ୍ବଲିର ସଦସ୍ୟ ଜେ ରାଜକୁମାର ଦୀପାବଳୀ ଅବସରରେ ସାର୍ବଜନୀକ ଅବକାଶ ଘୋଷିତ କରିବାକୁ ଏକ ବିଲ ଆଣିଥିଲେ । ମେୟର ଆଡାମ୍ସ ନ୍ୟୁୟର୍କ ସହରର ସ୍କୁଲ ମାନଙ୍କରେ ଆଗାମୀ ବର୍ଷ ଠାରୁ ଦୀପାବଳୀ ଅବସରରେ ଛୁଟି ରହିବ ବୋଲି ଘୋଷଣା କରି ସାରିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।