ଏପଟେ କ୍ୟାବିନେଟର ସମ୍ଭାବିତ ମନ୍ତ୍ରୀଙ୍କ ସୂଚୀ ବି ସାମ୍ନାକୁ ଆସିଛି। ବିଧାୟକ ଜି ପରମେଶ୍ୱର, ଏମବି ପାଟିଲ, କେଜେ ଜର୍ଜ, ପ୍ରିୟଙ୍କା ଖାର୍ଗେ, ବି.ଆର ରେଡ୍ଡୀ, ରୂପା ଶଶିଧର, ଈଶ୍ୱର ଖଣ୍ଡେ, ଜାମିର ଅହମ୍ମଦ, ତନଭୀର ସୌତ, ଲକ୍ଷ୍ମଣ ସାଭଦି, କୃଷ୍ଣା ବାୟରେ ଗୌଡା ପ୍ରମୁଖ ଏହି ସିଦ୍ଦାରାମାୟାଙ୍କ ସରକାରରେ ମନ୍ତ୍ରୀ ହୋଇପାରନ୍ତି।
ସୂଚନାଯୋଗ୍ୟ, କଂଗ୍ରେସର ମହାବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଥିଲା ହଟଚମଟ। ଡି.କେ ଶିବକୁମାର ଓ ସିଦ୍ଦରାମାୟା ଗୋଷ୍ଠିଙ୍କ ଭିତର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଥିଲା। ପ୍ରଥମେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ହେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହା ସହ ୬ଟି ବିଭାଗର ମନ୍ତ୍ରୀ ହେବାକୁ ମଧ୍ୟ ପ୍ରସ୍ତାବ ରହିଥିଲା। ଯାହାକୁ ପ୍ରତ୍ୟାକ୍ଷାନ କରିଥିଲେ ଶିବକୁମାର। ୫୦:୫୦ ଫର୍ମୁଲା ଆଧାରରେ ଉଭୟ ଅଢେଇବଷଁ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ପ୍ରଥମ ଅଢେଇ ବର୍ଷ ଦାବିରେ ଅଡିଗ ରହିଥିଲେ ଶିବକୁମାର। ହେଲେ ଆଜି ପଶା ପାଲଟିଲା, ମନ ବଦଳିଗଲା। ଯାହାକୁ ଦେଖି ରାଜନୀତି ସମୀକ୍ଷକଙ୍କ ମତ ନେତାଏ ଚିନ୍ତାକଲେ ଯାହା ହଉଛି ହଉ, ସରକାର ହାତରେ ଥାଉ !