ଅଧିକ ପଢନ୍ତୁ ଭାରତ ଖବର
ଗୋଟିଏ ଟ୍ରେନରେ ସାଧାରଣ, ସ୍ଲିପର ଓ ଏସି କୋଚ୍ ରହିଥାଏ । ଏହାର କୋଚ୍ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହା ଚାରି ପ୍ରକାରର ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଟ୍ରେନର ସ୍ଲିପର କୋଚ୍ ତିଆରି କରିବା ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିପରି ସାଧାରଣ କୋଚ ତିଆରି ଲାଗି ୧ କୋଟି ଓ ଏସି କୋଚ୍ ତିଆରି ଲାଗି ପ୍ରାୟ ୨ କୋଟି ଟଙ୍କା ଲାଗିଥାଏ । ତେବେ, ଯଦି ଗୋଟିଏ ଟ୍ରେନରେ ୨୪ଟି କୋଚ୍ ରହିଥିବା ବେଳେ ଏହା ଏସି ଟ୍ରେନ୍ ହୋଇଥାଏ, ତେବେ ଏହାର ମୂଲ୍ୟ ୪୮ କୋଟି ହୋଇଥାଏ । ଏଥି ସହିତ ଇଞ୍ଜିନ ଓ କୋଚର ଦାମ୍ ମଧ୍ୟ ଅଲଗା ରହିଥାଏ ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନର ଗୋଟିଏ ଇଞ୍ଜିନ ତିଆରି କରିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ! ଯଦି ଗୋଟିଏ ଟ୍ରେନରେ ୧୦ଟି ସ୍ଲିପର, ୮ ଟି ଏସି ବଗି ସହ ଦୁଇଟି ଜେନାରାଲ କୋଚ୍ ରହିଥାଏ, ତେବେ ଏହାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ । ସେହିପରି ଭାରତର ସବୁଠାରୁ ଆଧୁନିକ ଟ୍ରେନ୍ ବନ୍ଦେ ଭାରତର ମୂଲ୍ୟ ପ୍ରାୟ ୧୧୫ କୋଟିରୁ ଅଧିକ ବୋଲି କୁହାଯାଉଛି ।