ବିଏସଏଫ ସୈନ୍ୟଙ୍କ ସହିତ ପ୍ରମୁଖ ଚେକପୋଷ୍ଟଗୁଡ଼ିକରେ ତାଲିମପ୍ରାପ୍ତ କୁକୁରକୁ ମୁତୟନ କରାଯାଇଥାଏ। ଏହି କୁକୁର ସନ୍ଦିଗ୍ଧ ବସ୍ତୁକୁ ଚିହ୍ନଟ କରିବା ସହ ଦୋଷୀଙ୍କୁ ଧରିବାରେ ସାହାଯ୍ୟ କରିଥାଏ। ଯଦି କୁକୁର ଗର୍ଭବତୀ ଗର୍ଭବତୀ ହୋଇଥାଏ ତାହାର ଘ୍ରାଣଶକ୍ତି କମିଯାଇଥାଏ। ଏହି ସମୟରେ କୁକୁର ଠିକ ଭାବେ ଡ୍ୟୁଟି କରିପାରି ନ ଥାଏ। ବାଂଲାଦେଶ ଭାରତ ସୀମାରେ ଥିବା ଏହି କୁକୁର ଗର୍ଭବତୀ ଥିବା ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କୁକରଟି ଗତ ୫ ତାରିଖରେ ୩ ଛୁଆଙ୍କୁ ଜନ୍ମ ଦେଇଛି। ତେବେ କୁକୁରର ଦେଖାରେଖା ଦାୟିତ୍ବ କେୟାରଟେକରଙ୍କୁ ଦିଆଯାଇଥାଏ। କୁକୁର ଯେପରି ଅନ୍ୟ କୌଣସି କୁକୁର ସଂସ୍ପର୍ଶରେ ନ ଆସେ ତାହାର ଧ୍ୟାନ ରଖିବା ମଧ୍ୟ ସମ୍ପୃକ୍ତ କେୟାରଟେକରଙ୍କ କାମ। ତେଣୁ ଉକ୍ତ କେୟାରଟେକର ନିଜ ନାୟିତ୍ବ ଠିକ ଭାବେ ତୁଲାଇ ନ ଥିବା ଅଭିଯୋଗ ଆସିଛି।
ଭାରତ ଖବର ଆହୁରି ପଢନ୍ତୁ