ସାଙ୍ଗ ! ଛାତି ତଳେ ସାଇତା ଏକ ଛବିଳ ସ୍ମୃତି । ସାଙ୍ଗ ଗୋଟେ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲପାଇବାର ନିର୍ଭୁଲ ଠିକଣା । ସାଙ୍ଗ ସମ୍ପର୍କ ସରେନି, ସାଙ୍ଗ ଶବ୍ଦ ମରେନି । ଆମେ ଦେହ ହେଲେ ସାଙ୍ଗ ଆମ ଛାଇ, ଆମ ଶରୀରରେ ବହୁଥିବା ନିଶ୍ୱାସର ନଈ । ବିପଦ ଆସିଲେ ଅନ୍ତରରୁ ଆପେ ଆପେ ବାହାରିଆସେ ବନ୍ଧୁର ନାଁ । ବନ୍ଧୁ, ବିଧାତାର ବୋଧେ ବିଚିତ୍ର ସୃଷ୍ଟି, ଯିଏ ସାରା ଜୀବନ ଆମ ସହ ଥାଏ । ସ୍କୁଲରୁ ଶ୍ମଶାନ, ଜୀବନର ଶେଷ ଯାତ୍ରା ଯାଏଁ, ସାଥୀ ହୋଇଥାଏ ସାଙ୍ଗ ।ପରିବାର ପରେ ଜୀବନର ପ୍ରଥମ ସୁଖ ଦୁଃଖର ସାଥୀ ହୋଇଥାଏ ସାଙ୍ଗ । କେବଳ ଯେ ମଣିଷ ହିଁ ମଣିଷର ସାଙ୍ଗ ହେବ ତା ନୁହେଁ, ଏହି ଦୁଇ କୁକୁର ବି ପ୍ରକୃତ ସାଙ୍ଗ। ଆଉ ଏହି ଦୁଇ କୁକୁରଙ୍କ ନିଚ୍ଛକ ଭଲ ପାଇବା ଆପଣଙ୍କ ସମ୍ମୁଖରେ।
ବୋହି ଯାଉଛି ନଈ। ଦୁଇଜଣ ସାଙ୍ଗ ଖେଳୁ ଖେଳୁ ଜଣେ ସେହି ନଈରେ ଭାସିଗଲେ। ସେ କଣ ଜାଣିଥିଲା କି ସେ ଏମିତି ଖେଳୁ ଖେଳୁ ଭାସିଯିବ ବୋଲି। ଭାସିଯାଉଥିବା ସାଙ୍ଗ ପାଟିରେ ଗୋଟିଏ ବାଡି ଥିଲା। ହେଲେ ଅନ୍ୟ ସାଙ୍ଗଟି ତାକୁ ନଈରୁ ବଞ୍ଚାଇବାକୁ ଏପଟସେପଟ ହେଉଥିଲା। ହଠାତ୍ ଭାସିଯାଉଥିବା ସାଙ୍ଗର ପାଟିରେଥିବା ବାଡିକୁ ଅନ୍ୟ ସାଙ୍ଗ ମଧ୍ୟ ତା ପାଟିରେ ଧରି ଟାଣିବାକୁ ଲାଗିଲା। ଆଉ ଶେଷରେ ସେ ସଫଳ ମଧ୍ୟ ହେଲା। ତା ଜୀବନ ବଞ୍ଚିଗଲା। ସେମାନେ ସିନା କୁକୁର, ହେଲେ ସେମାନ ଜାଣିଛନ୍ତି ଭଲ ପାଇବାର ମାନେ କଣ? ସେମାନେ ବୁଝିଛନ୍ତି ବନ୍ଧୁତ୍ୱର ସଜ୍ଞା ଜଣ। ସେଥିପାଇଁ ତ କୁହାଯାଏ କୁକୁର ହେଉଛି ବିଶ୍ୱସ୍ତ ପ୍ରାଣୀ।
ଭାରତ ଖବର ଆହୁରି ପଢ଼ନ୍ତୁ ।