ସିବିଆଇ ତଥା ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଚୌକସୀଙ୍କ ଦ୍ୱାରା ହୋଇଥିବା ଠକେଇର ସମ୍ପୂର୍ଣ୍ଣ ବିବରଣୀ ଡୋମିନିକା କୋର୍ଟରେ ରଖିବେ ଏବଂ ଚୋକସିଙ୍କୁ ଭାରତକୁ ପଠାଯାଇପାରିବ। ଡୋମିନିକାରୁ ଚୌକସୀଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତୀୟ ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି।
ଅର୍ଗସ ବ୍ୟୁରୋ: ଏବେ ଧରାପଡ଼ିବ ବଡ଼ ମାଛ । ଆରମ୍ଭ ହେଲା ମିଶନ୍ ମେହୁଲ ଚୌକସୀ । ଭାରତ ଫେରିବ ପିଏନବି ସ୍କାମର ମାଷ୍ଟର ମାଇଣ୍ଡ୍ ଚୌକସୀ ଏଣ୍ଡ କୋ । ଏଥିପାଇଁ ଡୋମିନିକାରେ ଡେରା ପକାଇଛି ଇଡି, ସିବିଆଇର ହାଇପ୍ରୋଫାଇଲ୍ ଟିମ୍ପଳାତକ ମେହୁଲ ଚୌକସି ଗିରଫ ପରେ ଏବେ ଭାରତକୁ ଫେରାଇ ଆଣିବାକୁ ଚାଲିଛି ଜୋରସୋରେ ଉଦ୍ୟମ । ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସୀଙ୍କୁ ଭାରତ ହସ୍ତାନ୍ତର ମାମଲା ଆଜି ଡୋମିନିକା କୋର୍ଟରେ ଶୁଣାଣି ହେବ । ଏହି ଶୁଣାଣିରେ ମେହୁଲ ଚୌକସୀଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।