ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚି ମୋଟେରା ଷ୍ଟାଡିୟମ୍ରେ ନିଜର ଅଭିଭାଷଣ ରଖିଛନ୍ତି । ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଂଶସା କରିଛନ୍ତି । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଭାରତ ଆସିଛନ୍ତି । ଏହାସହ ଆଉ ଜଣେ ମହିଳାଙ୍କ ଚର୍ଚ୍ଚା ଜୋର ଧରିଛି । ଯିଏକି ପ୍ରଧାନମନ୍ତ୍ରୀ ମୋଦି, ମେଲାନିଆ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସହ ନଜର ଆସିଛନ୍ତି ।
ପ୍ରକୃତରେ ଏହି ମହିଳାଙ୍କ ନାମ ଗୁରଦିପ କୌର ଚାଓ୍ୱଲା । ଗୁରଦିପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅନୁବାଦକ(ଇଣ୍ଟରପ୍ରେଟର)ର କାମ କରୁଛନ୍ତି । ଗୁରଦିପ କୌର ଇତିମଧ୍ୟରେ ଆମେରିକା ଟ୍ରାନ୍ସଲେଟର ଏସୋସିଏସନ୍ର ମେମ୍ୱର ଅଟନ୍ତି ।
ଏହାସହ ଯେତେବେଳେ ବି ବିଦେଶ ଗସ୍ତରେ ପିଏମ୍ ମୋଦି ହିନ୍ଦୀରେ ଭାଷଣ ଦେଉଛନ୍ତି ତ ଗୁରଦୀପ ହିଁ ତାଙ୍କର ଇଂରାଜୀ ଅନୁବାଦ କରୁଥାନ୍ତି । କେବଳ ଏତିକି ନୁହେଁ ଗୁରଦୀପ ଚାଓ୍ୱଲା ମୋଦିଙ୍କ ସହ ଭାରତରେ ମଧ୍ୟ ବିଦେଶୀ ନେତାମାନଙ୍କ ସହ କଥୋପକଥନରେ ବେଳେ ଅନୁବାଦକ କରିଥାନ୍ତି ।

