ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ବର୍ତ୍ତମାନ ଆଉ କିଛି ସମୟ ପରେ ଡ୍ରୋନାଲ୍ଡ ଟ୍ରମ୍ପ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ ।
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୋଦି । ଦୁଇ ଦିନିଆ ଗସ୍ତର ପୁରା ପରିବାର ସହ ଭାରତ ଆସିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ ନେଇ ବଡ଼ ଧରଣର ବ୍ୟବସ୍ଥା କରାଯାଇଛି । ଟ୍ରମ୍ପଙ୍କ ସହ ତାଙ୍କ ସ୍ତ୍ରୀ ମେଲାନିଆ, ଝିଅ ଓ ଜ୍ୱାଇଁଙ୍କ ସହ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚିଛନ୍ତି । ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେବେ ଦୁଇ ନେତା ।
ଏପଟେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସାରା ଦେଶରେ ଉତ୍ସାହ ମାହୋଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସିରେ ମଧ୍ୟ ଏହି ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର ଦିନ ଆମେରିକା ସୁରକ୍ଷା ସର୍ବିସର ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟିମ୍ ସହ ସ୍ନାଇଫର ଡଗ୍ ମଧ୍ୟ ଆସିଛନ୍ତି । ଏହି ଡଗମାନେ ସରୁକ୍ଷାର ବ୍ୟବସ୍ଥାର ତଦନ୍ତ କରିବେ ।
ଡୋନାଲ୍ଡ ଟ୍ରମ୍ପ ଭାରତର ତିନୋଟି ସହର ପରିଦର୍ଶନ କରିବେ । ତାଙ୍କ ଗସ୍ତ ଅହମ୍ମଦାବାଦରୁ ଆରମ୍ଭ ହେବ । ସନ୍ଧ୍ୟାରେ ଆଗ୍ରା ଯିବେ, ସେଠାରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବେ । ଟ୍ରମ୍ପଙ୍କ ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

