
ଆଗ୍ରା : ମୋଟେରା ସର୍ଦ୍ଦାର ବଲ୍ଲଭାଇ ପଟେଲ ଷ୍ଟାଡିଅମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସାରିବା ପରେ ସ୍ଵତନ୍ତ୍ର ବିମାନ ଯୋଗେ ଉତ୍ତର ପ୍ରଦେଶର ଆଗ୍ରା ବିମାନ ବନ୍ଦରରେ ପହଁଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସହ ଅଛନ୍ତି। ଆଗ୍ରା ବିମାନ ବନ୍ଦରରେ ପହଁଚିବା ପରେ ୟୁପିର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କ ପତ୍ନୀ ମିଲେନିଆ, ଝିଅ ଇବାଙ୍କା ଓ ଜ୍ଵାଇଁ ଜେରେଡ଼ଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି। ଏହି ଅବସରରେ ବିମାନ ବନ୍ଦରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି।
ତେବେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପରିବାର ଆଜି ଆଗ୍ରାର ତାଜମହଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଗ୍ରାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରମ୍ପ ଏବଂ ତାଙ୍କ ପରିବାର ତାଜମହଲର ସେହି ରଙ୍ଗ, ସେହି ରୂପ ଉପଭୋଗ କରି ପାରିବେ ଯାହା ୧୯୮୦ ଦଶକରେ ଥିଲା।

