ଓଡ଼ିଶାର ବୀର ଆଦିବାସୀଙ୍କ କଥା ମଧ୍ୟ କହିଲେ ପ୍ରଧାନମନ୍ତ୍ରୀ । ଆଦିବାସୀଙ୍କ ନେତୃତ୍ୱକୁ ନେଇ ଏକ ମ୍ୟୁଜିୟମ ହେବ ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଲକ୍ଷ୍ମଣ ନାୟକଙ୍କ ପରି ଭାରତରେ ବିରଳ । ସେ ଖୁସିରେ ଦେଶ ପାଇଁ ଲଢେଇ କରି ଜୀବନ ଦେଇଛନ୍ତି । ଆଜିର ନୂଆ ପିଢ଼ିଙ୍କ ଆଗରେ ଓଡ଼ିଶାର ଇହିହାସକୁ ରଖିବା ଉଚିତ ।
ଓଡ଼ିଶାର ବିଶାଳ ସାମୁଦ୍ରିକ ଡଟ ରହିଛି । ଓଡିଶାର ବେପାରୀ ଭାରତର ସମୃଦ୍ଧିର ଏକ କାରଣ ଅଟେ । ବଡ଼ ସଂଖ୍ୟାରେ ଓଡ଼ିଆ ବେପାରୀ ଦରିଆ ପାରେ ବେପାର କରୁଥିଲେ। । ସମ୍ରାଟ ଅଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିବା ମାଟି ହେଉଛି ଓଡିଶା । ଭାରତରେ ବୌଦ୍ଧ ଧର୍ମର ପ୍ରସାର ମଧ୍ୟ ହୋଇଥିଲା । ଓଡିଶାର ଅବଦାନ ଅତୁଳନୀୟ । ଭାରତର ସନ୍ତୁଳିତ ବିକାଶ ହେବା ନିହାତି ଜରୁରୀ ।
ମୋ ସରକାର ପୂର୍ବ ଭାରତର ବିକାଶ ପାଇଁ ସେଥିପାଇଁ ଗୁରୁତ୍ୱ ଦେଇଛି । ଦିନଥିଲା ଭାରତର ନେତୃତ୍ୱ କରୁଥିଲେ ପୂର୍ବ ଭାରତ । ଆଗକୁ ଏହାକୁ ଜାରି ରଖିବା ପାଇଁ ପ୍ରୟାସ ହେବା ଜରୁରୀ । ସାଗର ମାଳା ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି । କୋଷ୍ଟାଲ ଜାତୀୟ ରାଜପଥରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ ।