ଅର୍ଗସ ବ୍ୟୁରୋ : ରାଷ୍ଟ୍ରପତି ଭବନରେ 2020-21 ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ଟି ବିଶ୍ବ ବିଦ୍ୟାଳୟ, ୧୦ଟି ଜାତୀୟ ସେବା ସ୍କିମ୍ ୟୁନିଟ୍ ଏବଂ ସେମାନଙ୍କ ଅଧିକାରୀ ଓ ୩୦ ଜଣ ସ୍ବେଚ୍ଛାସେବୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ନିଶିଥ ପ୍ରାମାଣିକ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ବର୍ଷ ଏହି ପୁସ୍କାର ପ୍ରଦାନ କରାଯାଇଥାଏ ।
ଜାତୀୟ ସେବାରେ ବିଶେଷ ଅବଦାନ ପାଇଁ ବିଶ୍ବବିଦ୍ୟାଳୟ, କଲେଜ, ଯୁକ୍ତ ଦୁଇ ପରିଷଦ, NSS ୟୁନିଟ୍ ଓ କାର୍ଯ୍ୟକର୍ତ୍ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । NSS ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହା 1969 ମସିହାରେ ଆରମ୍ଭ ହୋଇଥିଲା । ସେବା ମାଧ୍ୟମରେ ଛାତ୍ର, ଯୁବକଙ୍କ ବ୍ୟକ୍ତିତ୍ବ ଏବଂ ଚରିତ୍ରର ବିକାଶ ଏହାର ମୂଳ ଉଦ୍ଦେଶ୍ୟ । ଶିକ୍ଷା, ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟିକର ଖାଦ୍ୟ, ପରିବେଶ ସଂରକ୍ଷଣ, ସାମାଜିକ ସେବା, ମହିଳା ସଶକ୍ତିକରଣ, ଅର୍ଥନୈତିକ ବିକାଶ ସହ ଜଡ଼ିତ କାର୍ଯ୍ୟକ୍ରମରେ ଏହା କାର୍ଯ୍ୟ କରିଥାଏ ।