ଖାଲି ଏ ଗୋଟିଏ ପେଣ୍ଡାଲ ନୁହଁ ବରଂ ସେହିପରି ଦେଶବନ୍ଧୁ କ୍ଲବର ଶୋଭା ବଢାଇଛି ମହାପ୍ରଭୁଙ୍କ ତିନି ରଥ । ନନ୍ଦିଘୋଷ, ଦର୍ପଦଳନ ଏବଂ ତାଳଧ୍ଵଜ ରଥ। ତିନି ରଥର ଥିମରେ ହୋଇଥିବା ପୂଜା ପେଣ୍ଡାଲରେ ନାହିଁ ନଥିବା ଭିଡ ଜମୁଛି । ଶ୍ରୀଭୂମି ପୂଜା ପେଣ୍ଡାଲରେ ଚଳିତ ବର୍ଷ କରାଯାଇଛି ରୋମର ଭାଟିକାନ୍ ସିଟି ଏବଂ ସନ୍ତୋଷ ମିତ୍ର ପେଣ୍ଡାଲରେ ଦିଲ୍ଲୀର ଲାଲକିଲ୍ଲା ଦେଖିବାକୁ କୋଲକତାବାସୀଙ୍କ ଭିତରେ ନାହିଁ ନଥିବା ଉତ୍ସାହ ।
ସଭ୍ୟ ସମାଜର ଆଖି ଆଢୁଆଳରେ ରହି ଆସିଥିବା ଏହି ଅଂଚଳରେ ବି କୋଲକାତାର ଅନ୍ୟ ଅଂଚଳ ତୁଳନାରେ ପୂଜାର ମାହୋଲ କିଛି କମ ନଥିଲା । ଏଠାରେ ରହୁଥିବା ବିବାହିତ ମହିଳା ମାନେ ନବରାତ୍ରି ପାଳନ କରିବା ସହ ବିଜୟା ଦଶମୀରେ ସିନ୍ଦୁର ଖେଳି ମାଙ୍କୁ ବିଦାୟ ଦେଇଛନ୍ତି । ପ୍ରଥମେ ଦେହଜୀବୀଙ୍କ ଦୁର୍ଗାପୂଜା ଦାବିକୁ ବିରୋଧ କରିଥିଲା ତଥାକଥିତ ଭଦ୍ର ସମାଜ । ଆଇନଗତ ଲଢେଇ ପରେ ୨୦୧୩ରେ ସୁପ୍ରିମକୋର୍ଟ ସାର୍ବଜନୀନ ପୂଜା ପାଇଁ ଅନୁମତି ଦେଇଥିଲେ । ସେବେଠୁ ଏହି ଅଂଚଳରେ ପାଳନ ହୋଇ ଆସୁଛି ଦୁର୍ଗାପୂଜା । ଚଳିତବର୍ଷ ସେମାନଙ୍କର ଥିମ୍ ରହିଥିଲା ଲାଲ ମାଟିର ପୂଜା ।