ଭାରତ ଓ ଜର୍ମାନ ମଧ୍ୟରେ ମାଇଗ୍ରେସନ ଓ ମୋବିଲିଟି ନେଇ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ.ଜୟଶଙ୍କର । ଏହି ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ଥାନାନ୍ତରଣରେ ସହାୟକ ହେବ । ଏଥିସହ ଜର୍ମାନ ଯିବା ପାଇଁ ଭାରତୀୟଙ୍କ ଭିସା ନେଇ ଥିବା ସମସ୍ୟା ଶୀଘ୍ର ଦୂର ହେବ ବୋଲି ଆଶାବାଦୀ ଥିବା କହିଛନ୍ତି ଜୟଶଙ୍କର । ସେ କହିଛନ୍ତି ଏକ ଶକ୍ତିଶାଳୀ ତଥା ନିରାପଦ ବିଶ୍ବ ଅର୍ଥନୀତି ନିଶ୍ଚିତ କରିବାକୁ ଭାରତ ଓ ଜର୍ମାନୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଦୁଇ ବୈଦେଶୀକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଶେଷ

ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ଜର୍ମାନର ବୈଦେଶୀକ ମନ୍ତ୍ରୀ ଆନାଲିନା ବେୟାରବକ୍ । ଆଜି ପ୍ରଥମ ଦିନରେ ଭାରତର ବୈଦେଶୀକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବା ସହ ଉଭୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶକ୍ତି, ବାଣିଜ୍ୟ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ବୃଦ୍ଧି ନେଇ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
Download Argus News App
