କ୍ଷୁଧା କଷ୍ଟ ଭାରି ନିଷ୍ଠୁର। ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ବହୁତ ପରିଶ୍ରମ କରିଥାଏ। କିନ୍ତୁ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଓଳି ଠିକ୍ ସେ ଖାଇବାକୁ ପାଉ ନାହାନ୍ତି। କାହାକୁ କାହାକୁ କୋଉ ଦିନ ଖାଦ୍ୟ ମଧ୍ୟ ମିଳୁନାହିଁ। ସେମିତି ଉପାସ ରହିବାକୁ ପଡ଼ୁଛି। ଭିଡିଓରେ ଜଣେ ବ୍ୟକ୍ତି ପ୍ରବଳ ବର୍ଷାରେ ଖାଉଛନ୍ତି। କାଳେ ତାଙ୍କ ଖାଇବାରେ ପାଣି ପଶିଯିବ। ସେଥିପାଇଁ ସେ ଖାଦ୍ୟ ରଖିଥିବା ପ୍ଲେଟକୁ ସ୍କୁଟି ତଳେ ରଖିଛନ୍ତି। କେତେ ଦିନରୁ ଭୋକିଲା ଥିଲା ଭଳି ଲାଗୁଛନ୍ତି। ଯେ କେହିବି ଦେଖିଲେ ଏହାକୁ କାନ୍ଦି ପକାଇବ। ଏହି ଭିଡିଓକୁ ଜିନ୍ଦେଗି ଗୁଲଜାର ହୈ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ଯେ, ହେ ଜୀବନ ତୁମଠାରୁ ମୋର ଏକ ବଡ଼ ଅଭିଯୋଗ ଥିଲା। କିନ୍ତୁ ଏହି ଦୃଶ୍ୟ ଦେଖିବାପରେ ମୁଁ ସମସ୍ତ ଅଭିଯୋଗ ଛାଡ଼ି ଦେଇଛି। ଏହି ଭିଡିଓଟି ଶେୟାର ହେବା ମାତ୍ରେ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ସେମାନଙ୍କ ମଧ୍ୟରୁ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଭିଡିଓକୁ ଦେଖିବାପରେ ମୋ ପାଖେ ଶବ୍ଦ ନାହିଁ କହିବାକୁ ଏହା ଅତ୍ୟନ୍ତ ଦୁଃଖଦାୟକ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ବର୍ଷାରେ ଭିଜି ସ୍କୁଟି ତଳେ ଖାଉଛନ୍ତି

ଅର୍ଗସ ବ୍ୟୁରୋ: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କେତେକ ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ। ଠିକ୍ ସେମିତି ଏକ ହୃଦୟ ବିଦାରକ ଭିଡିଓ ଏବେ ଇନ୍ଷ୍ଟାରେ ଟ୍ରେଣ୍ଡିଂରେ ଚାଲିଛି। ଏହାକୁ ବହୁତ ୟୁଜର୍ସ ଦେଖି ଲାଇକ୍ କରିବା ସହ ଶେୟାର ମଧ୍ୟ କରୁଛନ୍ତି।
Download Argus News App
