ବିଶେଷକରି ଫୁଡ ଡେଲିଭରି ସଂସ୍ଥା ଯେମିତିକି ଜୋମାଟୋ,ସ୍ବିଗି ଆଦିର ବେଶ ଭଲ ବ୍ୟପାର ହେଉଥିବା କହିଛନ୍ତି ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ । ସେମାନେ କହିଛନ୍ତି କି,କୋଭିଡ କଟକଣା ଉଠିବା ପରେ ଏବେ ବେଶ ଭଲ ବ୍ୟପାର ଚାଲିଛି । ଏଥିରେ ବହୁତ ଭଲ ଡିସକାଉଣ୍ଟ ଥିବା ସହ ଖୁବ କମ ସମୟରେ ଲୋକମାନଙ୍କ ପାଖରେ ଖାଇବା ପହଞ୍ଚି ପାରୁଛି । ଯାହାଦ୍ବାରା ଲୋକେ କମ ମୂଲ୍ୟରେ କମ ସମୟରେ ନିଜ ମନ ପସନ୍ଦର ଖାଇବା ପାଇ ପାରୁଛନ୍ତି ।ଅନେକ ଲୋକଙ୍କୁ କାମମଧ୍ୟ ମିଳିଛି ।
ତେବେ ପାର୍ବଣର ସମୟ ହେତୁ ସେମାନଙ୍କ ବ୍ୟପାର ଖୁବ ଭଲ ଚାଲିଛି । ତେବେ ଏହାକୁ ନେଇ କିଛି ଗ୍ରାହକ କହିଛନ୍ତି ଯେ ଅନଲାଇନ ଫୁଡ ଡେଲିଭର ଯୋଗୁ ସେମାନେ ସୁବିଧାରେ ଖାଇବା ପାଇ ପାରୁଛନ୍ତି । ତେବେ ଅନଲାଇନ ଡେଲିଭର ଯୋଗୁ ବହୁତ କିଛି ସୁବିଧା ମିଳି ପାରୁଛି । ଯେମିତିକି ଫ୍ରି ଡେଲିଭରି ହେବାସହ ସେମାନଙ୍କ ପାଖରେ କମ ସମୟରେ ମନ ପସନ୍ଦର ଖାଇବା ପହଞ୍ଚି ପାରୁଛି ।
ତେବେ କେବଳ ଖାଇବା ଜିନିଷ ନୁହେଁ , ମାର୍କଟରେ ବିଭିନ୍ନ ଦୋକାନ ଯେମିତିକି ସୁନା ଦୋକାନ,ଗାଡି ଦୋକାନ ଆଦିରେ ବି ଲୋକଙ୍କ ଭିଡଥିବା ଦେଖିବାକୁ ମିଳିଛି । ଆଗକୁ ଦୀପାବଳି ଆସୁଥିବାରୁ ଗ୍ରାହକମାନେ ଅଳଙ୍କାର କିଣିବାକୁ ବହୁଳ ମାତ୍ରାରେ ଦୋକାନକୁ ଆସୁଥିବା ଦେଖିବାକୁ ମିଳିଛି । ମହିଳାମାନେ ନିଜ ମନ ପସନ୍ଦର ଗହଣା କିଣୁଛନ୍ତି । ତେବେ ଦୋକାନର ମ୍ୟାନେଜରଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଏଯାବତ ୧୦ହଜାର ୮ କୋଟିର ରପ୍ତାନି ହୋଇସାରିଛି । ତେବେ ବର୍ଷ ଶେଷ ହେବା ବେଳକୁ ଆହୁରି ଅଧିକ ରପ୍ତାନୀ ହେବାନେଇ ସେ ଆଶାବାଦୀ ଅଛନ୍ତି ।
ଗାଡି ଗୁଡିକର ମଧ୍ୟ ବହୁତ ଭଲ ବ୍ୟପାର ହୋଇଥିବା କହିଛନ୍ତି । ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ସେମାନେ ବେଶ ଲାଭବାନ ହୋଇଥିବା କହିଛନ୍ତି ଗାଡି ବ୍ୟବସାୟୀ ।
ତେବେ ଦେଶର ବ୍ୟବସାୟ ଗୁଡିକ ଲାଭବାନ ହେଲେ ଦେଶର ଆର୍ଥିକ ସ୍ଥିତିରେ ବି ଖୁବଶୀଘ୍ର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।