Bhakti: Bhabare Bhagabata | EP -437 | Argus News
ଅନିଲ ଦେଶମୁଖଙ୍କୁ ନୋଟିସ୍ ପଠାଇଲା ଇଡି, ସକାଳ 11 ଟାରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନୋଟିସ ପଠାଇ ଆଜି ସକାଳ 11 ଟାରେ ହାଜର ହେବାକୁ କହିଛନ୍ତି। ଏଠି କହିରଖୁଛୁ ଯେ ଅର୍ଥ ହେରଫେର ମାମଲାରେ ଅନିଲ ଦେଶମୁଖଙ୍କୁ ଇଡି ନୋଟିସ ପଠାଇଛି। ଏହା ବ୍ୟତୀତ ଇଡି ଆଜି ସକାଳେ ତାଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରିଛି।
ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଇଡି ନାଗପୁର ଏବଂ ମୁମ୍ବାଇରେ ଅନିଲ ଦେଶମୁଖଙ୍କ ଘରେ ଚଢାଉ କରିଥିଲା। କିଛି ମାସ ପୂର୍ବେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଅର୍ଥ ହେରଫେର ଅଭିଯୋଗ କରାଯାଇଥିଲା, ଏହା ପରେ ତାଙ୍କୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।
Download Argus News App
