ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା । ମାର୍ଚ୍ଚ ୧୦ତାରିଖରେ ସିସୋଦିଆଙ୍କ ଜାମିନ ଶୁଣାଣି ହେବ। ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ସିସୋଦିଆଙ୍କୁ ମଧ୍ୟ ଗତ ମଙ୍ଗଳବାର ଇଡି ଜେଲରେ ପଚରାଉଚରା କରାଯାଇଥିଲା ।
ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ମନୀଷ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଚଢ଼ାଉରେ ସିବିଆଇକୁ କୌଣସି ପ୍ରମାଣ ମିଳିନି। ଆସନ୍ତାକାଲି ଜାମିନ ଉପରେ ଶୁଣାଣି ହେବ। ଗତକାଲି ମନୀଷଙ୍କୁ ମୁକ୍ତ କରାଯାଇଥିବା ବେଳେ ଆଜି ଇଡି ତାଙ୍କୁ ଗିରଫ କରିଛି। ଏଥିରେ କାହା ଉଦ୍ଦେଶ୍ୟ କ’ଣ ଲୋକମାନେ ଦେଖୁଛନ୍ତି, ଲୋକେ ଉତ୍ତର ଦେବେ ।