କୋଲକତା ହାଇକୋର୍ଟ ଆର୍ଥିକ ଅନିୟମିତତା ଅଭିଯୋଗ ତଦନ୍ତ ସିବିଆଇ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୨ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ବଙ୍ଗଳାରେ ପହଞ୍ଚିଲା ଇଡି। ଏହି ବଙ୍ଗଳା ଚାରିପାଖରେ ଶତାଧିକ ଏକର ଖୋଲା ଜାଗା ଥିବା ବେଳେ ବଙ୍ଗଳାର ନାଁ ରଖିଥିଲେ 'ସଙ୍ଗୀତସନ୍ଦୀପ ଭିଲ୍ଲା'। ସନ୍ଦୀପ ଘୋଷ ଓ ତାଙ୍କ ପତ୍ନୀ ସଙ୍ଗୀତା ଘୋଷଙ୍କ ନାମରେ ଏହି ବଙ୍ଗଳାର ନାଁ ରଖାଯାଇଛି। ଯାହା ଏକ ବିଳାଶ ପୂର୍ଣ୍ଣ ବଙ୍ଗଳା ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଅଞ୍ଚଳରେ ସନ୍ଦୀପ ଘୋଷଙ୍କ ଅନେକ ଗୁଡିଏ ଫାର୍ମ ହାଉସ୍ ନିର୍ମାଣ ଚାଲିଛି। ସେସବୁ ଉପରେ ଇଡି ଚଢଉ କରିଛି।
ଅଧିକ ପଢ଼ନ୍ତୁ ଭାରତ ଖବର