ସୋନିଆଙ୍କୁ ଇଡିର ପଚରାଉଚରା ବିରୋଧରେ କଂଗ୍ରେସ କର୍ମୀମାନେ ଦେଶ ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂସଦ ଭବନ ବାହାରେ ବିକ୍ଷୋଭ କରୁଥିବା କଂଗ୍ରେସର ଅନେକ ସାଂସଦଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, ଅଧୀରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, କେସି ବେଣୁଗୋପାଳ, ଜୟରାମ ରମେଶ, ମଣିକମ୍ ଟୋଗେର ପ୍ରମୁଖ ସାମିଲ ଥିଲେ । ତେବେ ସୋନିଆଙ୍କୁ ଇଡିର ପଚରାଉଚରା ଶେଷ ହେବା ପରେ ଗିରଫ କରାଯାଇଥିବା ସମସ୍ତ ସାଂସଦଙ୍କୁ ଛାଡି ଦିଆଯାଇଥିଲା । ଏହା ପୂର୍ବରୁ ସୋନିଆ ଜୁଲାଇ 21 ରେ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ । ସେଦିନ ତାଙ୍କୁ 3 ଘଣ୍ଟା ଜେରା କରାଯାଇଥିଲା ।
5 ଦିନର ବ୍ରେକ୍ ପରେ ମଙ୍ଗଳବାର ପୁଣି ତାଙ୍କୁ ସମନ କରାଯାଇଥିଲା । ଦୁଇ ରାଉଣ୍ଡରେ ସୋନିଆଙ୍କୁ ମୋଟ 6 ଘଣ୍ଟା ପଚରାଉଚରା ହୋଇଥିଲା । ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ପ୍ରାୟ 5 ଦିନ ଜେରା କରାଯାଇଥିଲା । ଜେରା ସମୟରେ ସେ ପ୍ରାୟ 150ଟି ପ୍ରଶ୍ନର ଉତ୍ତର ଦେଇଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।