ତେବେ ଲକ୍ଷ୍ନୌ, ଗୁରୁଗ୍ରାମ, ଚଣ୍ଡିଗଡ, ମୁମ୍ବାଇ, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରହିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେପଟେ ଇଡିର ରେଡ୍ ବିଷୟରେ ସିସୋଦିଆ କହିଛନ୍ତି ଯେ ତାଙ୍କ ବାସଭବନରେ ଖୋଜାଖୋଜି ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।
ମନୀଷ ସିସୋଦିଆଙ୍କ ବିରୋଧରେ ଅବକାରୀ ନୀତି ନେଇ ଅଭିଯୋଗର ତାଲିକା ବେଶ ଲମ୍ବା । ନୂଆ ଅବକାରୀ ନୀତିରେ ବଡ଼ ଗଡ଼ବଡ଼ି କରିଥିଲେ ଦିଲ୍ଲୀର ଅବକାରୀ ମନ୍ତ୍ରୀ । ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇଥିଲେ । ଲାଇସେନ୍ସ ଦେବା ବେଳେ ନିୟମର ଧଜ୍ଜିଆ ଉଡ଼ାଇଥିଲେ । ମଦ ବ୍ୟବସାୟୀଙ୍କ ୧୪୪ କୋଟି ଟଙ୍କା ମାଫ୍ କରିବା ସହ କରୋନା ନାଁ ନେଇ ଲାଇସେନ୍ସ ଫି ଛାଡ଼ କରିଥିଲେ । ଫଳରେ ୧୫ ନଭେମ୍ବର ୨୦୨୧ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା । ଖୋଦ୍ ଦିଲ୍ଲୀ ସରକାରର ମୁଖ୍ୟ ସଚିବ ନରେଶ କୁମାର ଯାଞ୍ଚ କରି ୮ ଜୁଲାଇ ୨୦୨୨ରେ ମୁଖ୍ୟ ସଚିବ ଏଲ.ଜି. ଭି.କେ. ସକ୍ସେନାଙ୍କୁ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଆଧାରରେ ହିଁ ୨୨ ଜୁଲାଇ ୨୦୨୨ରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଉପରାଜ୍ୟପାଳ ।
ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଜାଲରେ ପଡ଼ିଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏଯାଏଁ ଜେଲର ହାୱା ଖାଉଛନ୍ତି । ଏବେ ପୁଣି ଥରେ ବଡ଼ ଘୋଟାଲା ମାମଲାରେ ଦିଲ୍ଲୀ ସରକାରରେ ନମ୍ବର ଟୁ ସିସୋଦିଆ ଛନ୍ଦି ହେବା କେଜ୍ରିୱାଲ ସରକାରକୁ କାଠଗଡ଼ରେ ଛିଡ଼ା କରିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।