ବିଦ୍ୟା ସମୀକ୍ଷା କାର୍ଯ୍ୟକ୍ରମରେ ଆଧୁନିକ ଶିକ୍ଷା ବ୍ୟବସ୍ଥା, ଉନ୍ନତ ଭିତ୍ତଭୂମି ଓ ନୂଆ ଶିକ୍ଷା ନୀତି ଉପରେ ମନ୍ଥନ ହୋଇଛି । ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ରାଜ୍ୟକୁ ଏକ ମଡେଲ ଭାବେ ଗଠନ କରିବାକୁ କେନ୍ଦ୍ର ସରକାର ଆବଶ୍ୟକୀୟ ସହୟତା ଯୋଗାଇଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଉତ୍ତରାଖଣ୍ଡ ସରକାର ଉଚ୍ଚ ଶିକ୍ଷା ଗବେଷଣା ପ୍ରେରଣା ଯୋଜନାରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ 15ରୁ 18 ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସଭ୍ୟତା ପ୍ରଚୀନ କାଳରୁ ଶିକ୍ଷାକୁ ସର୍ବୋଚ୍ଚ ସ୍ଥାନ ଦେଇଥିବାବେଳେ ଏବେ ପୁନଃ ଭାରତକୁ ବିଶ୍ବଜ୍ଞାନର ପେଣ୍ଠସ୍ଥଳ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ପୂରଣ ହେବାକୁ ଯାଉଥିବା ସେ କହିଛନ୍ତି ।
ଏକ ବିଂଶ ଶତାବ୍ଦୀର ନେତୃତ୍ବ ନେବାପାଇଁ ଅମୃତକାଳର ଯୁବପିଢିକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ପ୍ରଣୟନ ହୋଇଛି ନୂଆ ଶିକ୍ଷା ନୀତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳରେ ମୋଟ 6448 ବିଦ୍ୟାଳୟକୁ ପିଏମ-ଶ୍ରୀ ସ୍କିମରେ ବିକାଶ ଲକ୍ଷ୍ୟ ରଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଜାତୀୟ ଶିକ୍ଷାନୀତିର ତୃତୀୟ ବର୍ଷ ପୂର୍ତ୍ତି ହୋଇଥିବାବେଳେ ସମାନ ଶିକ୍ଷା ଓ ସମାନ ସୁଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଆହୁରି ପଢନ୍ତୁ ଭାରତ ଖବର...