ତେବେ ବୟସ୍କ ମହିଳାଙ୍କ ରତୁସ୍ରାବ ବନ୍ଦ ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏଥିସହ କମ ବୟସର ଯୁବକମାନଙ୍କ ମେରୁଦଣ୍ଡ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ । ଏମିତିକି ଏହାର ପ୍ରଭାବ ମେରୁଦଣ୍ଡ ଉପରେ ଏତେ ଅଧିକ ପକାଇଥାଏ ଯେ, ମେଡିକାଲରେ ମଧ୍ୟ ଭର୍ତ୍ତି ହେବାର ସମ୍ଭାବନା ଥାଏ। ତେବେ ପ୍ରତିଦିନ ଠିକ ଡାଏଟ କରିବା ସହ ସପ୍ତାହକୁ ୪ ଥର ବ୍ୟାୟାମ କଲେ ହାଡ ସୁସ୍ଥ ରହିବା ବୋଲି ଡାକ୍ତର ମତ ଦେଇଛନ୍ତି ।
ମେରୁଦଣ୍ଡ ଉପରେ ପଡିଥାଏ ବାୟୂ ପ୍ରଦୂଷଣର ପ୍ରଭାବ

ଅର୍ଗସ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ବାୟୁ ପ୍ରଦୂଷଣ । ଲୋକସଂଖ୍ୟା ବୃଦ୍ଧି ଯୋଗୁ ଅଧିକ ଯାନବାହନର ବ୍ୟବହାର ଦ୍ବାରା ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଆପଣ ଜାଣନ୍ତି କି, ବାୟୁ ପ୍ରଦୂଷଣ ଦ୍ବାରା ଦେହ ଅସୁସ୍ଥ ହେବାସହ ଆପଣଙ୍କର ହାଡଗଣ୍ଠି ଉପରେ ପ୍ରଭାବ ପଡିଥାଏ । ଏକ ପରୀକ୍ଷଣରୁ ଜଣାପଡିଛି, ବାୟୂ ପ୍ରଦୂଷଣରୁ ହିଁ ଅଧିକ ହାଡଗଣ୍ଠି କ୍ଷତି ହେବାର ସମ୍ଭାବନା ଥାଏ । ଦୂଷିତ ବାୟୁରେ ଥିବା ନାଇଟ୍ରୋଜେନ ଅକ୍ସାଇଡ ଏକ ମାରାତ୍ମକ ଗ୍ୟାସ । ଏହାର ସିଧା ପ୍ରଭାବ ଅଣ୍ଟା ମେରୁଦଣ୍ଡ ଉପରେ ପଡିଥାଏ ।
Download Argus News App
