ସେପଟେ ମଧ୍ୟରାତ୍ରିରେ ରାହୁଲ ଫଳ ଖାଇଥିବା ବେଳେ ପରିବାର ସହିତ କ୍ରମାଗତ ସମ୍ପର୍କରେ ରହୁଛନ୍ତି । ମଧ୍ୟରାତିରେ ପ୍ରବଳ ଝଡ ତୋଫାନ ଆସିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇ ନଥିଲା ।
ଶିଶୁକୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, NDRF ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ । ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। 80 ଫୁଟ ଗଭୀର ବୋରୱେଲ ଗାତରେ ଶିଶୁର ଜୀବନ । ୧୦ ବର୍ଷର ଶିଶୁ ଗତକାଲି ଠାରୁ ବୋରୱେଲ ଗାତରେ ପଡିଯାଇଥିବା ସୂଚନା ମିଳିଛି। ଘର ପଛରେ ଖେଳୁଥିଲା ବେଳେ ଏହି ସମୟରେ ସେ ଖସିପଡି ଗର୍ତ୍ତରେ ପଡ଼ିଯାଇଥିଲା । ଶିଶୁ ନିକଟକୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଛି କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି ।
ଶିଶୁ ଜଣଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ୍ୟ ହେଉଛି । ମେଡିକାଲ୍ ଟିମ୍ ନିୟୋଜିତ ଅଛନ୍ତି । ଅମ୍ଳଜାନ ସିଲିଣ୍ଡର ରଖାଯାଇଛି । ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ନିୟୋଜିତ ହୋଇଛନ୍ତି।
ମେଡିକାଲ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ଚାରିଆଡେ ବ୍ୟାରିକେଡିଂ ଏବଂ ରାତି ସାରା ଉଦ୍ଧାର ଚାଲିଥିବାରୁ ଆଲୋକୀକରଣ କରାଯାଇଛି ଓ ବର୍ତ୍ତମାନ ଦିନରେ ଖରାରେ ତାପମାତ୍ରା ବଢୁଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଉଛି । ସ୍ଥାନୀୟ କଲେକ୍ଟରଙ୍କ ନିର୍ଦ୍ଦେଶରେ ଓଡିଶାର ବିଶେଷଜ୍ଞ ଠାରୁ ମଧ୍ୟ ଆବଶ୍ୟକୀୟ ମାର୍ଗଦର୍ଶନ ନିଆଯାଉଥିବା ସୁଚନା ରହିଛି ।