ଏହି ବୈଠକରେ ପୋଲିଓ ଜୀବାଣୁ ଉପରେ ଆଲଚୋନା କରାଯାଇଥିଲା । ରୋଗ ପ୍ରତିରୋଧକ କ୍ଷମତା କମ ଥିବା ପିଲାମାନଙ୍କ ଉପରେବ ବିଶେଷ ନଜରଦାରୀ କରିବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସିଦ୍ଧାର୍ଥ ନିୟୋଗି ନିର୍ଦ୍ଦେଶ ଦେଇଛନ୍ତି । କେହି ଶିଶୁରୋଗ ବିଶେଷଜ୍ଞ ନିକଟକୁ ପେଟ ଜନିତ ସମସ୍ୟା ନେଇ ଆସିଲେ ତାଙ୍କୁ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି । କାରଣ, ପୋଲିଓର ପ୍ରାଥମିକ ଲକ୍ଷଣ ହେଉଛି ପେଟ ବ୍ୟଥା । ପୋଲିଓ ଟୀକାକରଣ କାର୍ଯ୍ୟକ୍ରମକୁ ମଜବୁତ କରିବାର ମଧ୍ୟ ଆଲୋଚନା ହେଉଛି । ମେଟିଆବୃଜ ଅଞ୍ଚଳରେ ଜନସାଧାରଣଙ୍କ ମଳତ୍ୟାଗ ଉପରେ ମଧ୍ୟ ନିଷେଧାଦେଶ କରାଯାଇଛି ।
ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଗୁରୁତର ସହ ନେଇ ପୌରସଂସ୍ଥା କର୍ମଚାରୀମାନେ ଘରକୁ ଘର ପରିଦର୍ଶନ କରି ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଚିତ୍ । ଉଲ୍ଲେଖ୍ୟ ଯେ, 2011 ମସିହାରେ ହାଓଡାରେ ରହୁଥିବା ଜଣେ ଝିଅର ଦେହରେ ପୋଲିଓ ଭୂତାଣୁ ମିଳିଥିଲା । ତା ପରେ ମାର୍ଚ୍ଚ 27,2014ରେ ଭାରତକୁ ପୋଲିଓ ମୁକ୍ତ ଦେଶ ଭାବରେ ମାନ୍ୟତା ଦିଆଗଲା । ବାଂଲାକୁ ପୋଲିଓ ମୁକ୍ତ ରାଜ୍ୟ ଘୋଷିତ କରାଯାଇଥିଲା । ତେବେ, 11 ବର୍ଷ ପରେ ସ୍ୱାସ୍ଥ୍ୟ ବିଭାଗ କୋଲକାତାରେ ପୋଲିଓ ଭାଇରସ ମିଳିବାକୁ ନେଇ ଚିନ୍ତିତ । ଦେଶ ତଥା ସମଗ୍ର ରାଜ୍ୟ ପୋଲିଓ ମୁକ୍ତ ହୋଇଥିବାବେଳେ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାନ ବେଗରେ ଚାଲିଛି । ଏହାପରେ ବି କୋଲକାତାରେ ପୋଲିଓ ଜୀବାଣୁ କିପରି ମିଳିଲା ସେନେଇ ପ୍ରଶ୍ନ ଉଠିଛି ।