କୌଣସି ପ୍ରକାର ଚେତାବନୀ ନ ଦେଇ ଟ୍ୱିଟର ଆପଣଙ୍କର ଏକାଉଂଟକୁ ସସେପଣ୍ଡ କରି ଦେବ । ଏଲନ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଗୋଟିଏ ପରେ ଗୋଟିଏ ନୂଆ ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ଏହି ଘୋଷଣା କରିଛନ୍ତି । ଏଲନ ମସ୍କ ସୋମବାର ଦିନ ଅନେକ ସିରିଜ ଟ୍ୱିଟ କରି ଘୋଷଣା ମାନ କରିଛନ୍ତି ।
ସେ ଟ୍ୱିଟ କରି ଲେଖିଛନ୍ତି ଯେ – ଯଦି କୌଣସି ପ୍ରକାର ପାରୋଡି ଏକାଉଂଟ ରହିଛି ତେବେ ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଆବଶ୍ୟକ ଯେ ତାହା ହେଉଛି ପାରୋଡି ଏକାଉଂଟ, ନ ହେଲେ ଉକ୍ତ ଏକାଉଂଟକୁ ସସପେଣ୍ଡ କରି ଦିଆଯିବ । ପୂର୍ବରୁ ଏକାଉଂଟକୁ ସସ୍ପେଣ୍ଡ କରିବା ପୂର୍ବରୁ ଚେତାବନୀ ଦିଆଯାଉଥିଲା, ହେଲେ ଏବେ ଆଉ ଚେତାବନୀ ଦିଆଯିବ ନାହିଁ ଓ ଏକାଉଂଟକୁ ଡାଇରେକ୍ଚ ସସପେଣ୍ଡ କରି ଦିଆଯିବ ।
ସେହିପରି ଏଲନ ମସ୍କ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଯଦି କେହି ଟ୍ୱିଟର ୟୁଜର ତାଙ୍କର ନାମ ପରିବର୍ତନ କରନ୍ତି ତେବେ ତାଙ୍କର ବ୍ଲୁ ଟିକ୍ କୁ ଅସ୍ଥାୟୀ ରୂପେ ହଟାଇ ଦିଆଯିବ । ସେ ଆହୁରି କହିଛନ୍ତି ଯେ ଟ୍ୱିଟରକୁ ଇନଫର୍ମେସନକରୁ ଏବେ ଯାଏ ସବୁଠାରୁ ଆକ୍ୟୁରେଟ ସୋର୍ସ ବନିବାର ଆବଶ୍ୟକତା ରହିଛି ।
ଏହା ହେଉଛି ଆମର ମିଶନ । ଅନ୍ୟ ପକ୍ଷରେ ଟ୍ୱିଟର ନିଜର ନୂଆ ନୀତି ଅନୁସାରେ ୟୁଜର ମାନଙ୍କ ଭେରିଫାଏଡ ମାର୍କ ଅର୍ଥାତ ବ୍ଲୁ ଟିକ୍ ପାଇଁ ଶୁଳ୍କ ନେବା ପରେ ମଧ୍ୟ ଏହି ମାର୍କ ଦେବାରେ ବିଳମ୍ବ କରି ପାରେ ।
ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକାରେ ମଧ୍ୟବର୍ତୀକାଳୀନ ନିର୍ବାଚନ ପର ଯାଏ ନିଜର ନୂଆ ନୀତି ଅନୁସାରେ ଗ୍ରାହକ ମାନଙ୍କର ସତ୍ୟାପନ ଚେକ ମାର୍କକୁ ଆରମ୍ଭ କରିବାରେ ବିଳମ୍ବ କରୁଛି । ତେବେ ଏହା ଉପରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ୱିଟର ଆମେରିକାର ମଧ୍ୟବର୍ତୀକାଳିନ ନିର୍ବାଚନ ଯାଏ ଏହା ଉପରେ କୌଣସି ନିଷ୍ପତି ନେବାକୁ ଯାଉ ନାହିଁ।