ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ‘ଟୁଇଟର୍’ର ‘ସିଇଓ’ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ୍ । କୌଣସି ବ୍ୟକ୍ତି ବିଶେଷଙ୍କ ନାଁ ଉଲ୍ଲେଖ ନ କରି ଗୁରୁବାର ଦିନ ଟୁଇଟ୍ କରି ମସ୍କ୍ କହିଛନ୍ତି, ପ୍ରାୟ ୬ ସପ୍ତାହ ମଧ୍ୟରେ କମ୍ପାନୀର ନୂଆ ‘ସିଇଓ’ ନିଯୁକ୍ତି ପାଇବେ । ଏହାସହ ସେ ସମ୍ୟକ୍ ସୂଚନା ଦେଇ କହିଛନ୍ତି ଯେ ଜଣେ ମହିଳା ସମ୍ଭାଳିବେ ସିଇଓ ପଦ । ସିଇଓ ପଦରୁ ଇସ୍ତଫା ଦେବା ପରେ ମସ୍କ ଜଣେ ‘ଚିଫ୍ ଟେକ୍ନୋଲିଜିଷ୍ଟ୍’ର ଭୂମିକା ନିର୍ବାହ କରିବେ ।
ଅନ୍ୟପଟେ ‘ଏନ୍ବିସି ୟୁନିଭର୍ସାଲ୍’ର ‘ଏକ୍ଜିକ୍ୟୁଟିଭ୍’ ଲିଣ୍ଡା ୟାକାରିନୋ ନୂଆ ‘ସିଇଓ’ ହେବେ ବୋଲି କୁହାଯାଉଥିବା କଥା ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟରୁ ଜଣାପଡିଛି ।
ଦିନକୁ ଦିନ ହ୍ରାସ ପାଉଛି ଏଲନ ମସ୍କଙ୍କ ସମ୍ପତ୍ତି
ସେପଟେ 44 ବିଲିୟନ ଡଲାରରେ କିଣିବା ପରେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ମସ୍କ । ଏବେ ସେହି ପଦରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଟ୍ବିଟରରେ ଖବର ପଢ଼ିଲେ ଦେବାକୁ ପଡ଼ିବ ଟଙ୍କା