ମସ୍କ ଏବଂ X ର ସମ୍ପର୍କ
୧୯୯୯ରେ ଏଲନ ମସ୍କ ଏକ ବ୍ୟାଙ୍କିଙ୍ଗ୍ ୱେବସାଇଟ୍ x.com ପ୍ରସ୍ତୁତ କରିଥିଲେ,ଏହି କମ୍ପାନୀକୁ ତିନି ବର୍ଷ ପରେ ପେପାଳରେ ମିଶ୍ରିତ କରାଯାଇଥିଲା। ଏହାପରେ ମସ୍କଙ୍କୁ ପେପାଳର ସିଇଓ କରାଯାଇଥିଲା। ମସ୍କ ପେପାଳର ନାଁ ପରିବର୍ତ୍ତନ କରି x.com ରଖିବାକୁ ଚାହୁଁଥିଲେ। କିନ୍ତୁ ଏହି ନିଷ୍ପତ୍ତିରେ ଅନ୍ୟ ପ୍ରତିଷ୍ଠାତାମାନେ ରାଜି ହେଲେ ନାହିଁ । ଏହାପରେ ମସ୍କଙ୍କୁ ସିଇଓ ପଦ ଛାଡିବାକୁ ପଡିଥିଲା। ଏପରି ଭାବେ X ଅକ୍ଷର ସହିତ ମସ୍କଙ୍କ ପ୍ରେମ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ହେବ।
୨୦୧୭ ରେ x.com କିଣିନେଲେ ମସ୍କ
ପେପାଳରେ ମିଶ୍ରଣ ସହ x.com ଡୋମେନ୍ ନାମ ମଧ୍ୟ ପେପାଳର ହୋଇଗଲା। ୨୦୧୭ରେ ମସ୍କ ପେପାଳ ଠାରୁ x.com ଡୋମେନ କୁ କିଣିଲେ। ଏନେଇ ମସ୍କ ଟୁଇଟ୍ କରି କହିଥିଲେ, x.com କୁ କଣିବାକୁ ସୁଯୋଗ ଦେଇଥିବାରୁ ପେପାଳ କୁ ଧନ୍ୟବାଦ। ସେ ଆହୁରି ମଧ୍ୟ କହିଥିଲେ ଏକ୍ସ ପ୍ରତି ମୋର ଗଭୀର ଭାବନାତ୍ମକର ଏହା ମୂଲ୍ୟ । ଏହି ଏକ୍ସ ଅକ୍ଷର ସହିତ ଏଲନ ମସ୍କ ଅଙ୍ଗାଅଙ୍ଗି ଭାବେ ଜଡିତ। ଯେଉଁଥିପାଇ ମସ୍କ ଟୁଇଟରରେ ଏହି ପରିବର୍ତ୍ତନ କରି x ରଖିଦେଇଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର